Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରଧାନ ଶିକ୍ଷକ ଛୁଟି ଦେଲେନି ବୋଲି ବିଷ ପିଇଲେ ଶିକ୍ଷୟିତ୍ରୀ, ଲେଖିଥିଲେ ସୁଇସାଇଡ ନୋଟ

by ସଞ୍ଜୟ ସ୍ୱାଇଁ
August 16, 2022
in Crime, State
ପ୍ରଧାନ ଶିକ୍ଷକ ଛୁଟି ଦେଲେନି ବୋଲି ବିଷ ପିଇଲେ ଶିକ୍ଷୟିତ୍ରୀ, ଲେଖିଥିଲେ ସୁଇସାଇଡ ନୋଟ
258
VIEWS
Share on FacebookShare on Twitter

ବାଲୁଗାଁ, (ବାଘୁଆବାର୍ତ୍ତା): ଛୁଟି ଦେଲେନି ପ୍ରଧାନଶିକ୍ଷକ। ମନଇଛା ବିଭିନ୍ନ ଛୁଟିଦିନମାନଙ୍କରେ ଡକାଇ ମାନସୀକ ନିର୍ଯାତନା ଦେଲେ। ଏଥିରେ ଅତିଷ୍ଠ ହୋଇ ସ୍କୁଲରେ ମଶାମରା ଲିକ୍ୟୁଇଡ୍ ପିଇ ଶିକ୍ଷୟିତ୍ରୀ ଗୁରୁତର ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅନ୍ତର୍ଗତ ଆଙ୍କୁଲା ପଞ୍ଚୁପଲ୍ଲୀ ସୋମନାଥ ହାଇସ୍କୁଲରେ ଘଟିଛି ଏହି ଘଟଣା। ଅବସ୍ଥା ଗୁରୁତର ହେବାରୁ ଏହି ଶିକ୍ଷୟିତ୍ରୀଙ୍କୁ ବାଲୁଗାଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ସମସ୍ତଙ୍କ ଅଜ୍ଞାତରେ ଆଜି ସ୍କୁଲରେ ଏହି ଶିକ୍ଷୟିତ୍ରୀ ମଶାମରା ଲିକ୍ୟୁଇଡ୍‌ ପିଇବା ପରେ ଅପରାହ୍ନ ପ୍ରାୟ ୧ଟା ବେଳକୁ ହଠାତ୍ ଅଚେତ ହୋଇଯାଇଥିଲେ। ତାଙ୍କୁ ସ୍କୁଲର ଅନ୍ୟ ଶିକ୍ଷକମାନେ ପଚାରିବା ପରେ ଘଟଣା ଜଣାପଡ଼ିଥିଲା। ପରେ ତାଙ୍କୁ ଡାକ୍ତରଖାନା ନେଇଥିଲୋ। ଏଭଳି ପଦକ୍ଷେପ ନେବା ପୂର୍ବରୁ ସେ ଏକ ସୁଇସାଇଡ୍ ନୋଟ୍ ଲେଖିଥିଲେ। ଯାହା ତାଙ୍କ ନିକଟରୁ ମିଳିଛି। ଏଥିରେ ପ୍ରଧାନଶିକ୍ଷକ ତାଙ୍କୁ ଛୁଟି ଦେଉ ନ ଥିବା ଓ ମାନସୀକ ନିର୍ଯାତନା ଦେଉଥିବା ଉଲ୍ଲେଖ କରିଥିଲେ। ଏହି ନୋଟ୍‌ରେ ସେ ଲେଖିଛନ୍ତି, ”ମୋର ସ୍ୱାଧୀନତା କିଛି ନାହିଁ ! ସର୍ଭିସ୍ କରୁଛି, ସରଭେଣ୍ଟ ନୁହେଁ। ଘର ଠାରୁ ଦୂରେଇ ରହୁଛି, ତା’ ମାନେ ନୁହେଁ ଯେ, ମୋର ଘର ନାହିଁ। ସମସ୍ତଙ୍କର କିଛି ନା କିଛି ନିଜସ୍ୱ କାମ ଥାଏ ବା ଦେହ ଖରାପ ହୁଏ। ସେଥିପାଇଁ CL ନିଅନ୍ତି। ମୋର ବି ଥିଲା ସେଥିପାଇଁ CL ମାଗିଥିଲେ। କହିଲେ କ’ଣ ନା ‘you have no right to avail CL, ମୋର ଇଛା ହେଲେ ଦେବି, ନହେଲେ ନାହିଁ। ମୁଁ school HM, Higher authority, I can order anything; I can call you on sunday, Sunday is not a holiday for you. ଏହା ଆଜିର କଥା ନୁହେଁ, ଦୀର୍ଘ ଦିନ ଧରି ଚାଲି ଆସୁଛି। ମୁଁ ଜାଣି ନାହିଁ କ’ଣ ପାଇଁ। ଆଉ ସହି ହେଉନାହିଁ। ବାସ୍, ଆଉ ନୁହେଁ। ଭାବୁଛି କ’ଣ କରିବି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!