ଭଞ୍ଜନଗର, (ବାଘୁଆବାର୍ତ୍ତା): ସ୍ତ୍ରୀର ମୃତ୍ୟୁ ପରେ ସ୍ବାମୀ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଛି । ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବୁଗୁଡା ସହର ସ୍ଥିତ ସୀମାଞ୍ଚଳ ମାର୍ଗ ଦ୍ବୀତିୟ ଲାଇନ୍ର ଘରେ । ସ୍ବାମୀ ପ୍ରଫୁଲ୍ଲ ନନ୍ଦ ଏବଂ ସ୍ତ୍ରୀ ସୁନିତା ନନ୍ଦ ଦୁହେଁ ମିଶି ଏକ ଘରେ ରହୁଥିଲେ । କୌଣସି କାରଣରୁ ସ୍ତ୍ରୀର ମୃତ୍ୟୁ ଘଟିଲା ପରେ ଦୁଃଖରେ ମ୍ରିୟମାଣ ହୋଇ ସ୍ୱାମୀ ଆତ୍ମହତ୍ୟା କରିଥିବା ବୁଗୁଡ଼ା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କହୁଛନ୍ତି । ଘଟଣାର ଅଧିକ ତଦନ୍ତ ପରେ ହିଁ ପ୍ରକୃତ କାରଣ ଜଣା ପଡିବ । ଏହି ମୃତ ବୃଦ୍ଧା ଦମ୍ପତିଙ୍କର ତିନୋଟି ପୁଅ ରହିଥିବା ବେଳେ ଗୋଟିଏ ପୁଅ ନିକଟରେ ରହୁଥିଲେ ମଧ୍ୟ ସେ ତଳ ଘରେ ରହୁଥିବାରୁ ଘଟଣାରେ ଅବଗତ ନଥିବା କହୁଛି ।





