Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଶ୍ରିତା ଆତ୍ମହତ୍ୟା ମାମଲା, ବୟଫ୍ରେଣ୍ଡ ସତ୍ୟପ୍ରକାଶ ଗିରଫ

by ସଞ୍ଜୟ ସ୍ୱାଇଁ
July 6, 2022
in Crime, State
ଆଶ୍ରିତା ଆତ୍ମହତ୍ୟା ମାମଲା, ବୟଫ୍ରେଣ୍ଡ ସତ୍ୟପ୍ରକାଶ ଗିରଫ
194
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା):ଏମ୍‌ସିଏ ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ମାମଲାରେ ତାଙ୍କ ବୟଫ୍ରେଣ୍ଡ ଗିରଫ। ଆଜି ଆଶ୍ରିତାଙ୍କ ବୟଫ୍ରେଣ୍ଡ ସତ୍ୟପ୍ରକାଶ ଦାଶଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। ଆଶ୍ରିତାଙ୍କ ସୁଇସାଇଡ୍ ନୋଟ୍‌କୁ ଭିତ୍ତି କରି ପୁଲିସ ଏହି ପଦକ୍ଷେପ ନେଇଛି। MCA ଛାତ୍ରୀ ଆଶ୍ରିତା ସେନାପତି ଆତ୍ମହତ୍ୟା ମାମଲାରେ ତ୍ରିକୋଣୀୟ ପ୍ରେମ ଲିଙ୍କ ଆସିଛି। ସୁଇସାଇଡ୍ ନୋଟ୍ ମୁତାବକ ଆଶ୍ରିତାଙ୍କ ସହ ଅନ୍ୟଜଣେ ଯୁବକଙ୍କ ସମ୍ପର୍କ ଥିବା ତାଙ୍କ ବୟଫ୍ରେଣ୍ଡ ସତ୍ୟପ୍ରକାଶ ସନ୍ଦେହ କରିଥିଲେ। ଏହାକୁ ନେଇ ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା। ପରେ ସତ୍ୟପ୍ରକାଶ ତାଙ୍କ ପ୍ରେମିକା ଆଶ୍ରିତାଙ୍କ ନିକଟରେ ପହଞ୍ଚି ମାଡ଼ ମାରିଥିଲେ। ଏହା ତାଙ୍କୁ କଷ୍ଟ ଦେଇଥିବାରୁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ ବୋଲି ଉଲ୍ଲେଖ କରିଥିଲେ। ସୁଇସାଇଡ୍ ନୋଟ୍‌ରେ ଆଶ୍ରିତାଙ୍କୁ ସତ୍ୟ ଟର୍ଚ୍ଚର କରୁଥିବା କଥା ମଧ୍ୟ ଉଲ୍ଲେଖ କରିଥିଲେ। ପୁଲିସ ଏହି ସୁଇସାଇଡ୍‌ ନୋଟ୍‌କୁ ଆଧାର କରି ତାଙ୍କ ବୟ ପ୍ରେଣ୍ଡଙ୍କୁ ଗିରଫ କରିଛି। ସୂଚନା ମୁତାବକ, ୨୦୧୪ରୁ ଉଭୟ ଆଶ୍ରିତା ଓ ସତ୍ୟ ପ୍ରେମ ସମ୍ପର୍କରେ ଥିଲେ। ଉଭୟ ତିହିଡି ଗ୍ରାମର। ତେବେ ଆଶ୍ରିତା ଆଉ ଜଣେ ଯୁବକଙ୍କ ସହ ୨୦୧୯ରୁ ସମ୍ପର୍କରେ ଥିବା ସନ୍ଦେହ କରିଆସୁଥିଲେ ସତ୍ୟ। ଯାହାକୁ ନେଇ ସେ ଗତ ୪ତାରିଖରେ ଆଶ୍ରିତାଙ୍କ ରୁମ୍ ପାଖରେ ପହଞ୍ଚି ଥିଲେ। ତାଙ୍କୁ ରୁମ୍ ବାହାରକୁ ଡାକି ମାଡ଼ ମାରିଥିଲେ। ସେହିଦିନ ହିଁ ଆଶ୍ରିତା ଆତ୍ମହତ୍ୟା କରିଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!