Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପୁଲିସ ଦେଲାନି ନ୍ୟାୟ, ମନ୍ଦିରର ଯଜ୍ଞକୁଣ୍ଡ ନିକଟରେ ଦଉଡ଼ି ଦେଇ ଆତ୍ମହତ୍ୟା

by ସଞ୍ଜୟ ସ୍ୱାଇଁ
June 29, 2022
in Crime, State
ପୁଲିସ ଦେଲାନି ନ୍ୟାୟ, ମନ୍ଦିରର ଯଜ୍ଞକୁଣ୍ଡ ନିକଟରେ ଦଉଡ଼ି ଦେଇ ଆତ୍ମହତ୍ୟା
34
VIEWS
Share on FacebookShare on Twitter

ରାୟଗଡ଼ା, (ବାଘୁଆବାର୍ତ୍ତା): ପୁଲିସ ଦେଲାନି ନ୍ୟାୟ! ତେଣୁ ମନ୍ଦିରର ଯଜ୍ଞକୁଣ୍ଡ ନିକଟରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି ଜଣେ ବ୍ୟକ୍ତି। ତାଙ୍କ ପକେଟରୁ ମିଳିଥିବା ସୁଇସାଇଟ୍ ନୋଟ୍‌ରୁ ଏହା ସ୍ପଷ୍ଟ ହୋଇଛି। ମୃତ ବ୍ୟକ୍ତି ଜଣକ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଅଣ୍ଟାମଡ଼ା ଗାଁର ଟ୍ରିପତି ଧାରୁଆ। ଖବର ପାଇ ପୁଲିସ ପହଞ୍ଚିବା ସହ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏହି ଘଟଣାରେ ୫ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଆଜି ସକାଳୁ ଅଣ୍ଟାମଡା ଗାଁର ଶିବ ମନ୍ଦିର ପରିସରରେ ଥିବା ଯଜ୍ଞ ମଣ୍ତପ ଛାତ ତଳେ ଏହି ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିଲା। ମନ୍ଦିର ପୂଜକ ଏନେଇ ଦେଖିବା ପରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ପରେ ଖବର ପାଇ ପୁଲିସ ପହଞ୍ଚି ଥିଲା। ପରିବାର ଲୋକେ ଅଭିଯୋଗ କରିଛନ୍ତି, ମୃତ୍ୟୁ ପୂର୍ବରୁ ସେ ଚିନ୍ତାରେ ଥିଲେ। କାରଣ ଜମିଜମା ସଂପର୍କିତ ଘଟଣାକୁ ନେଇ ସାହିରେ କିଛି ଲୋକଙ୍କ ସହିତ ଝଗଡ଼ା ହୋଇଥିଲା। ସେ ମାଡ଼ ଖାଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଏହି ଘଟଣାକୁ ନେଇ ସେ ଥାନରେ ଏତଲା ଦେଇଥିଲେ। କିନ୍ତୁ ପୁଲିସ ତାଙ୍କୁ ନ୍ୟାୟ ଦେଲାନି। ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେଲାନି। ଏତଲା ଚାପି ବସି ପଡ଼ିଲା। କାର୍ୟ୍ୟାନୁଷ୍ଠାନ ହେବ କହି ସମୟ ଗଡ଼ାଇ ଚାଲିଲା। ଫଳରେ ସେ ମାନସିକ ଚାପରେ ଥିଲେ। ତେଣେ ଅଭିଯୁକ୍ତଙ୍କ ଟାହିଟାପରା ନିର୍ୟାତନା ବଢ଼ିଥିଲା। ଫଳରେ ସେ ପ୍ରଶାସନ ଉପରେ ଅସ୍ଥା ହରାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ପକେଟରୁ ଏ ନେଇ ଏକ ସୁଇସାଇଡ୍ ନୋଟ ମିଳିଛି। ଏଥିରେ ସବୁ କଥା ଲେଖିଛନ୍ତି। ୩ଜଣଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି। ତେଣୁ ଅଭିଯୁକ୍ତଙ୍କ ସମେତ ପୁଲିସ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି ପରିବାର ଲୋକେ ଦାବି କରିଛନ୍ତି। ଅନ୍ୟପଟେ ଏହି ଘଟଣାରେ ପୁଲିସ ଅଭିଯୋଗ ଆଧାରରେ ୩ ମହିଳାଙ୍କ ସମେତ ୫ ଜଣଙ୍କୁ ଅଟକ ରଖିଛି। ତେବେ ଏନେଇ ପୁଲିସ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!