ମୋରଡ଼ା, (ବାଘୁଆବାର୍ତ୍ତା): ଗୋଟିଏ ଗଛରେ ଫାଶି ଲଗାଇ ଆତ୍ମହତ୍ୟା କଲେ ଯୁବକ ଯୁବତୀ। ମୋରଡ଼ା ଥାନା ଅଧୀନରେ ଏକ ଗଛରେ ଉଭୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଦେଖିବାରକୁ ମିଳିଛି। ମୃତ ଯୁବକଙ୍କ ପରିଚୟ ମିଳିଥିବା ବେଳେ ଯୁବତୀଙ୍କ ମିଳିପାରି ନାହିଁ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏନେଇ ତଦନ୍ତ ଆରମ୍ଭ କରିଛି। କେଉଁ କାରଣ ପାଇଁ ଯୁବକ-ଯୁବତୀ ଆତ୍ମହତ୍ୟା କରିଛନ୍ତି କାରଣ ଜଣା ପଡିନାହିଁ। ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଛି।





