Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପାରିବାରିକ କଳହ ନେଲା ସାଂଘାତିକ ରୂପ, ପତ୍ନୀ ଚାଲିଗଲେ ବାପଘର, ଝୁଲି ପଡ଼ିଲେ ସ୍ୱାମୀ

by ସଞ୍ଜୟ ସ୍ୱାଇଁ
June 15, 2022
in Crime, State
ପାରିବାରିକ କଳହ ନେଲା ସାଂଘାତିକ ରୂପ, ପତ୍ନୀ ଚାଲିଗଲେ ବାପଘର, ଝୁଲି ପଡ଼ିଲେ ସ୍ୱାମୀ
77
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ପାରିବାରିକ କଳହ ନେଲା ସାଂଘାତିକ ରୂପ। ନିତିଦିନିଆ କଳହରେ ଅତିଷ୍ଠ ହୋଇ ପତ୍ନୀ ବାପ ଘରକୁ ଚାଲିଯିବା ପରେ ଜୀବନ ହାରିଦେଲେ ସ୍ୱାମୀ। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ସହର ବରପାଲିପଡାରେ ଘଟିଛି । ମୃତକ ହେଲେ ୨୮ ବର୍ଷୀୟ ଘନଶ୍ୟାମ ରାଉତ । ଘନଶ୍ୟାମ ଗତ ଦେଢ ବର୍ଷ ତଲେ ବିବାହ କରିଥିବା ବେଳେ ତାଙ୍କର କୌଣସି ପିଲା ଛୁଆ ନାହାନ୍ତି । ଏହି ଘଟଣାକୁ ନେଇ ଘନଶ୍ୟାମ ଓ ତାଙ୍କ ସ୍ତ୍ରୀଙ୍କ ଭିତରେ ବାରମ୍ୱାର ଗଣ୍ଡଗୋଳ ଲାଗିରହୁଥିଲା । ଝିଅ ଶାଶୁ ଘରେ ଖୁସି ନ ଥିବା ଖବର ପାଇ ଗତକାଲି ଘନଶ୍ୟାମଙ୍କ ଶ୍ୱଶୁର ଆସି ତାଙ୍କ ଘରେ ପହଞ୍ଚିଥିଲେ। ସେ ନିଜ ଝିଅକୁ ଘରକୁ ନେଇ ଯାଇଥିଲେ । ଏହାପରେ ମାନସିକ ଭାରସାମ୍ୟ ହରାଇ ଗତକାଲି ବିଲମ୍ୱିତ ରାତିରେ ବେକରେ ଶାଢୀ ଦେଇ ଘରର ରେଲିଂରେ ଝୁଲିପଡିଥିଲେ ଘନଶ୍ୟାମ । ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ ହସ୍ପିଟାଲକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟାଉନ ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଏହାପରେ ଆଜି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ । ତେବେ ଘନଶ୍ୟାମଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପତ୍ନୀ କିମ୍ବା ଶ୍ୱଶୁର ଘର ଲୋକେ ପହଞ୍ଚି ନ ଥିବା ଜଣାଯାଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!