ଖପ୍ରାଖୋଲ, (ବାଘୁଆବାର୍ତ୍ତା): ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ବଳାଙ୍ଗିର ଜିଲ୍ଲା ଖପ୍ରାଖୋଳ ଥାନା ସ୍ଥାନୀୟ ଗ୍ରିଡ଼ ପଡ଼ା ନିକଟ ରାସ୍ତା କଡ଼ରୁ କିଛି ଦୂରରେ ଥିବା ପଣସ ଗଛରେ ଯୁବକଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ। ମୃତ ଯୁବକ ଜଣକ ହେଲେ ସୁଶାନ୍ତ ବରିହା (୩୫) । ଯୁବକ ଜଣକ ତଣ୍ଟିରେ ତାର ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଉକ୍ତ ଘଟଣା ବିଷୟରେ ଖପ୍ରାଖୋଲ ଥାନା ଓଆଇସି ରମାକାନ୍ତ ସାହୁ ଖବର ପାଇ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ମାଆ ବାପାଙ୍କ ମୃତ୍ୟୁ ପରେ ଯୁବକ ଜଣକ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ ହେବ ଏକା ରହୁଥିଲେ ବୋଲି ଜଣାପଡ଼ିଛି ।





