ନୟାଗଡ଼,(ବାଘୁଆବାର୍ତ୍ତା): ଚିନିକଳରୁ ବହୁ ମୁଲ୍ୟବାନ ଯନ୍ତ୍ରାଂଶ ଚୋରୀ ହେଉଥିବା ଜଣାପଡ଼ିବା ପରେ ଆଜି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ୍ ଦାଶଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଉକ୍ତ ସ୍ଥାନକୁ ଗସ୍ତ କରିଥିଲେ । ସେମାନେ ଚିନିକଳର ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ଏହାକୁ ଜାଣିଶୁଣି ଛାରଖାର କରାଯାଉଥିବା ଅଭିଯୋଗ କରିଛନ୍ତି । ତା ସହିତ ଆଖୁଚାଷୀଙ୍କ ଆର୍ଥୀକ ମେରୁଦଣ୍ଡକୁ ସୁଦୃଢ଼ କରିବା ପାଇଁ ନୟାଗଡ଼ ପାଣିପୋଇଲାଠାରେ ପୁଣି ଏକ ନୂଆ ଚିନିକଳ ପ୍ରତିଷ୍ଠା କରିବାକୁ କଂଗ୍ରେସ ଦାବି କରିଛି । ଜିଲ୍ଲାର ଆଖୁଚାଷୀଙ୍କୁ ନେଇ ଆଗାମୀ ଦିନରେ କଂଗ୍ରେସ ଏହି ଦାବିକୁ ଜୋରଦାର କରି ଆନ୍ଦୋଳନକୁ ଓହ୍ଲାଇବ ବୋଲି କଂଗ୍ରେସ କାର୍ଯ୍ୟକାରୀ ସଭାପତି ହୁସେନ ଖାଁ କହିଛନ୍ତି । ଆଜି କଂଗ୍ରେସ ପକ୍ଷରୁ ଗସ୍ତ କରିଥିବା ପ୍ରତିନିଧି ଦଳରେ କମଳ ଚରଣ ସାହୁ, ଫକିର ମଲ୍ଲ, ରାହୁଳ କୁଣ୍ଡ, କୈଳାସ ସାହୁ, ନବକିଶୋର ପରିଡ଼ା, ଭଗବାନ ମଲ୍ଲିକ, ଲକ୍ଷ୍ମଣ ଜେନା, ପ୍ରମୋଦ ପାଟ୍ଟଶାଣୀ ଏବଂ ଯୁବ କଂଗ୍ରେସ ସଭାପତି ପ୍ରତୀକ ମହାପାତ୍ର ପ୍ରମୂଖ ସାମିଲ ଥିଲେ ।





