ବର୍ମିଂହାମ, (ବାଘୁଆବାର୍ତ୍ତା): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁଣି ଦେଶକୁ ମିଲିଲା ଆଉ ଏକ ପଦକ । ସ୍ୱର୍ଣ୍ଣ ପଦକ ଜିତିଲେ ସୁନା ପୁଅ ସୁଧିର । ପାରା ପାୱାରଲିଫ୍ଟିଂର ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ ପଦକ । ପୁରୁଷ ବର୍ଗରେ ସୁନା ପଦକ ଆଣିଲେ ସୁଧିର । ଏକ ଐତିହାସିକ ସଫଳତା ସହ ରେକର୍ଡର ଅଧିକାରୀ ହୋଇଛନ୍ତି ସୁଧିର । ପ୍ରଥମ ପ୍ରୟାସରେ ୨୦୮ କେଜି ଭାରୋତ୍ତଳନ କରିଥିଲେ ସୁଧିର । ଦ୍ୱିତୀୟ ଲିଫ୍ଟରେ ୨୧୨ କେଜି ଭାର ଉଠାଇ ସ୍ୱର୍ଣ୍ଣ ଜିତିଛନ୍ତି ସୁଧିର ।






