ନୟାଗଡ଼, (ବାଘୁଆବାର୍ତ୍ତା): ଶ୍ରେଣୀ ଗୃହ ଭିତରେ ସମସ୍ତଙ୍କ ଉପସ୍ଥିତିରେ ସ୍କୁଲର ଅଧ୍ୟକ୍ଷ ମାଡ଼ ମାରିବାରୁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗୁରୁଗ୍ରାମ ଅଞ୍ଚଳରେ । ସୂଚନାନୁସାରେ, ଗୁରୁଗ୍ରାମର ଏକ ଘରୋଇ ସ୍କୁଲକୁ ଜଣେ ଛାତ୍ରୀ କାନରେ ଲମ୍ବା କାନଫୁଲ ପିନ୍ଧି ଓ ହାତରେ ବଡ଼ ବଡ଼ ନଖ ରଖି ସ୍କୁଲ୍ ଆସୁଥିବାରୁ ଶ୍ରେଣୀ ଗୃହ ଭିତରେ ସମସ୍ତଙ୍କ ଉପସ୍ଥିତିରେ ସ୍କୁଲର ଅଧ୍ୟକ୍ଷ ଛାତ୍ରୀ ଜଣକୁ ମାଡ଼ ମାରିଥିଲେ । ସେତିକିରେ ଅଧ୍ୟକ୍ଷଙ୍କ ରାଗ ସାନ୍ତ ହୋଇ ନଥିଲା ଯେ, ପରିବାର ଲୋକଙ୍କୁ ଡାକି ଝିଅର ସଂପର୍କ କହିବା ସହିତ ସ୍କୁଲରୁ ବାହାର କରିବାକୁ କହି ଅପମାନ ଦେଇଥିଲେ । ଯାହାକୁ ଛାତ୍ରୀ ଜଣକ ସହ୍ୟ କରି ନପାରି ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ କରୁଥିବା ସୂଚନା ମିଳିଛି ।





