Tuesday, September 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା, ଭୁବନେଶ୍ୱରରେ ପରିବାର ଲୋକ

by ସଞ୍ଜୟ ସ୍ୱାଇଁ
February 18, 2025
in Crime, State
ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା,  ଭୁବନେଶ୍ୱରରେ ପରିବାର ଲୋକ
366
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଭୁବନେଶ୍ୱରର ଘରୋଇ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣା । ମଙ୍ଗଳବାର ଦିନ ହେବ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ । ଭୁବନେଶ୍ୱର ଏମ୍‌ସରେ ପହଞ୍ଚିଲେ ଛାତ୍ରୀଙ୍କ ପରିବାର ଲୋକ । ତେବେ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ କରାଯିବ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ରହିଛି । ରବିବାର ରାତିରେ ଜଣେ ଛାତ୍ରୀ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଥିବା ଖବର ଆସିଥିଲା। ବଏଫ୍ରେଣ୍ଡର ନିର୍ଯାତନାର ଶିକାର ହୋଇ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା କୁହାଯାଇଥିଲା। ଯାହାକୁ ନେଇ ବିଶ୍ବବିଦ୍ୟାଳୟରେ ନେପାଳ ଛାତ୍ରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ତେବେ ଏହି ସମୟରେ କଲେଜର କିଛି ଷ୍ଟାଫ ନେପାଳ ଛାତ୍ରମାନଙ୍କୁ ଧମକଚମକ ଦେଇଥିବାର ଏକ ଭିଜୁଆଲ ଭାଇରାଲ ହୋଇଥିଲା। ଏପରିକି ଛାତ୍ରମାନଙ୍କୁ ମାଡ଼ ମାରିବାର ଅଭିଯୋଗ ମଧ୍ୟ ହୋଇଥିଲା। ଘଟଣା ବଢୁଥିବା ବେଳେ କଲେଜକୁ ନେପାଳ ଛାତ୍ରଙ୍କ ପାଇଁ ସାଇନଡାଏ ଘୋଷଣା କରାଯାଇଥିଲା। ଏଥିସହିତ ନେପାଳ ଛାତ୍ରମାନଙ୍କୁ କ୍ୟାମ୍ପସରୁ ବିଦା କରିଦିଆଯାଇଥିଲା । ଯାହାକୁ ନେଇ ନେପାଳରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଟ୍ବିଟ କରି ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେପଟେ ଘଟଣାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଜୋରଦାର ଚର୍ଚ୍ଚା ହୋଇଥିଲା। ପୋଲିସ କମିଶନର କହିଛନ୍ତି ଯେ, ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି। ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଉଛି। ଛାତ୍ରୀର ଆତ୍ମହତ୍ୟା ଘଟଣାରେ ସଂପୃକ୍ତ ଛାତ୍ରକୁ ଗିରଫ କରାଯିବା ସହ ତଦନ୍ତ ଚାଲିଛି। ବିଶ୍ବ ବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି ଯେ, ଘଟଣା ଦୁର୍ଭାଗ୍ୟଜନକ। ସ୍ଥିତି ସ୍ବାଭାବିକ ହେବାକୁ ବିଶ୍ବ ବିଦ୍ୟାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଛି। ସେହିପରି ଯେଉଁ ନେପାଳ ଛାତ୍ରମାନେ କ୍ୟାମ୍ପସ ଛାଡ଼ିଛନ୍ତି ସେମାନେ ଫେରିଆସନ୍ତୁ। ପିଲାମାନେ କିପରି ସୁରକ୍ଷିତ ଭାବେ ପାଠ ପଢ଼ିବେ ସେନେଇ ଆମେ ପଦକ୍ଷେପ ନେଉଛୁ ବୋଲି ସେ କହିଛନ୍ତି। ଅନ୍ୟପଟେ ରାଜ୍ୟ ବାହାରକୁ ଯାଉଥିବା ସମୟରେ ଭୁବନେଶ୍ୱର ଏୟାରପୋର୍ଟ ନିକଟରୁ ବଏଫ୍ରେଣ୍ଡକୁ ଗିରଫ କରିଥିଲା ପୋଲିସ । ଗିରଫ ଯୁବକଙ୍କ ନିକଟରୁ ଏକ ମୋବାଇଲ୍ ଫୋନ୍ ଏବଂ ଲ୍ୟାପଟପକୁ ଜବତ କରିଛି ପୋଲିସ । ପଚରାଉଚରା ବେଳେ ନିଜ ଅପରାଧକୁ ସ୍ବୀକାର କରିଛି ଅଭିଯୁକ୍ତ ଆଦ୍ବିକ୍ ଶ୍ରୀବାସ୍ତବ । ଆଦ୍ବିକଙ୍କ ଘର ଉତ୍ତରପ୍ରଦେଶ ଲକ୍ଷ୍ନୌ ଆଲିଗଞ୍ଜ ଅଞ୍ଚଳରେ। ସେ ମଧ୍ୟ ଏଠାରେ ବିଟେକ୍‌ ତୃତୀୟ ବର୍ଷରେ ପଢୁଥିଲେ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!