ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପାର୍କ ନିକଟରେ ଯୁବକଙ୍କ ଆତ୍ମହତ୍ୟା । ଭୁବନେଶ୍ୱର ଗଣ୍ଡମୁଣ୍ଡା ଛକ ମଧୁସୂଦନ ପାର୍କ ନିକଟରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମଙ୍ଗଳବାର ସକାଳୁ ସକାଳୁ ଭୁବନେଶ୍ୱର ଗଣ୍ଡମୁଣ୍ଡା ଛକରେ ଥିବା ମଧୁସୂଦନ ପାର୍କ ନିକଟରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ରାସ୍ତା କଡ଼ରେ ଥିବା ଏକ ଗଛରେ ଜଣେ ଯୁବକ ଗାମୁଛା ଲଗାଇ ଝୁଲିପଡିଛନ୍ତି । ଯାହାକୁ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ପୋଷ୍ଟମର୍ଟମ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଯାଏଁ ମୃତ ଯୁବକଙ୍କ ପରିଚୟ ମିଳିନାହିଁ ।





