Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାର୍କ କମ ଥିବାରୁ ମା’ କରିଥିଲେ ଆକଟ, ମଶାଣିରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନାବାଳିକାଙ୍କ ଶବ ଜବତ

by ସଞ୍ଜୟ ସ୍ୱାଇଁ
July 7, 2021
in Crime, State
ମାର୍କ କମ ଥିବାରୁ ମା’ କରିଥିଲେ ଆକଟ, ମଶାଣିରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନାବାଳିକାଙ୍କ ଶବ ଜବତ
405
VIEWS
Share on FacebookShare on Twitter

କୋଣାର୍କ, (ବାଘୁଆବାର୍ତ୍ତା): କୋଣାର୍କ ଥାନା ଅନ୍ତର୍ଗତ ନୁହଡି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ରାତିଅଧରେ ନାବାଳିକାକୁ ମଶାଣିରେ ପୋଡିଦେବା ଘଟଣାକୁ ନେଇ କୋଣାର୍କ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଶବକୁ ପୋଡିଦେଉଥିବା ବେଳେ କୋଣାର୍କ ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଶବକୁ ଜବତ କରିବା ସହିତ ମଶାଣିରେ ରାତି ସାରା ଜଗିରହିଥିଲା । ନୁହାଡି ଗ୍ରାମର ନୃସିଂହ ପରିଡାଙ୍କ ଏକ ମାତ୍ର ଝିଅ ମାମି ଜଣେ ମେଧାବୀ ଛାତ୍ରୀ ଥିଲେ । ଅଷ୍ଟମ ପରୀକ୍ଷାରେ ମାର୍କ କମ୍ ଥିବାରୁ ତାଙ୍କ ମା’ ତାଙ୍କୁ ଆକଟ କରିଥିଲେ । ଫଳରେ ମାମି ମଙ୍ଗଳବାର ଅପରାହ୍ନରେ ନିଜ ରୁମରେ ଦୀର୍ଘ ସମୟ କବାଟ ବନ୍ଦ କରି ରହିଥିଲେ । ଘର ଲୋକ ଡାକିଲା ପରେ କବାଟ ଖୋଲିନଥିଲେ । ପରେ ପରିବାର ଲୋକ କବାଟ ଭାଙ୍ଗି ଘର ଭିତରକୁ ପଶି ଦେଖିବାକୁ ପାଇଲେ ଫ୍ୟାନରେ ଓଢଣୀ ବାନ୍ଧି ଫାଶୀ ଲଗାଇଦେଇଥିଲେ ବୋଲି ପରିବାର ଲୋକ କହିଥିଲେ । ନାବାଳିକାଙ୍କ ମୃତ୍ୟୁ ହେବା ପରେ ଗ୍ରାମବାସୀଙ୍କ ସାହାଯ୍ୟରେ ମଶାଣିରେ ପୋଡିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇଥିଲା କୋଣାର୍କ ପୋଲିସ । ଘଟଣାସ୍ଥଳରେ ପହଞ୍ଚି ଚମ୍ପହାର ଅଗ୍ନିଶମ ବିଭାଗ ସାହାଯ୍ୟରେ ଜୁଇ ଲିଭାଇ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଶବ ଜବତ କରି ରାତିସାରା ଜଗିରହିଥିଲା ପୋଲିସ । ହତ୍ୟା ସନ୍ଦେହରେ ପୋଲିସ ନିଜଆଡୁ ଏକ ମାମଲା ରୁଜୁକରି ତଦନ୍ତ କରୁଥିବା ବେଳେ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଞ୍ଚି ଅଧିକ ତଦନ୍ତ କରୁଛି । ପରବର୍ତ୍ତୀ ସମୟରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ଓ ମେଡିକାଲ ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!