ଜଗତସିଂହପୁର, (ବାଘୁଆବାର୍ତ୍ତା): ସ୍ତ୍ରୀ ଓ ଝିଅକୁ ହାଣି ଆତ୍ମହତ୍ୟା କଲା ସ୍ଵାମୀ। ଘଟଣାସ୍ଥଳରେ ଝିଅର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଜୋତ ଗାଁରେ ଏଭଳି ଅଘଟଣ ଘଟିଛି। ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଜୋତ ଗାଁର ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗାଁର ଲୋକନାଥ ପାଳ ତାଙ୍କ ସ୍ତ୍ରୀ ଓ ୨୦ ବର୍ଷର ଝିଅଙ୍କୁ ଆକ୍ରମଣ କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଫଳରେ ଘଟଣାସ୍ଥଳରେ ଝିଅ ଲକ୍ଷ୍ମୀପ୍ରିୟା ପାଲଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି। ତାଙ୍କର ସ୍ଵାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ତେବେ ହତ୍ୟା ଓ ଆତ୍ମହତ୍ୟାର କାରଣ ଜଣାପଡି ନାହିଁ। ଘଟଣାସ୍ଥଳରେ ଜଗତସିଂହପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।





