Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ

by ସଞ୍ଜୟ ସ୍ୱାଇଁ
May 2, 2026
in Nayagarh
ମାଟ୍ରିକ ପରୀକ୍ଷାର ସଫଳତା: ଜିଲ୍ଲାରେ ନୟାଗଡ଼ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସର୍ବାଧିକ ପାଞ୍ଚ A1 ଛାତ୍ରଛାତ୍ରୀ
244
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ଅପରାହ୍ନରେ ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଚଳିତ ଶିକ୍ଷାବର୍ଷ ୨୦୨୫-୨୬ ମାଧ୍ୟମିକ ପରୀକ୍ଷାରେ ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଫଳାଫଳ ସନ୍ତୋଷ ଜନକ ହୋଇଛି। ବିଦ୍ୟାମନ୍ଦିର ୬୭ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ A1 ଗ୍ରେଡରେ ୫ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ A2 ଗ୍ରେଡରେ ୧୨ଜଣ, B1 ଗ୍ରେଡରେ ୧୯ଜଣ, B2 ଗ୍ରେଡରେ ୧୬ଜଣ, C ଗ୍ରେଡରେ ୧୧ଜଣ ଓ D ଗ୍ରେଡରେ ୩ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏବଂ ପରୀକ୍ଷା ଅଧାରୁ ଜଣେ ଶିକ୍ଷାର୍ଥୀ ଶାରୀରିକ ଅସୁସ୍ଥତା କାରଣରୁ  ପରୀକ୍ଷା ଦେଇ ନପାରି ଅକୃତକାର୍ଯ୍ୟ ହୋଇଛନ୍ତି। ତେବେ A1 ପାଇଥିବା ଛାତ୍ର ଛାତ୍ରୀ ମାନେ ହେଲେ ମାଟ୍ରିକ ପରୀକ୍ଷା ଆଦ୍ୟାଶା  ସୁବୁଦ୍ଧି -୫୫୭, ଅୟସ୍କାନ୍ତ ମହାପାତ୍ର -୫୫୭, ସିକୃତି ବିଶ୍ୱାଳ -୫୫୬, ହିରଣ୍ମୟୀ ଆଚାର୍ଯ୍ୟ -୫୪୦ ଓ ସ୍ୱୟଂଶ୍ରେୟା ନାୟକ -୫୪୦ ନମ୍ବର ରଖି ବିଦ୍ୟାଳୟର ଗୌରବ ଅଭିବୃଦ୍ଧି କରିଛନ୍ତି। ଏହି ଅବସରରେ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା, ପ୍ରଶାସନିକ ପରିଷଦ ଓ ଅନ୍ୟାନ୍ୟ କର୍ମ କର୍ତ୍ତାବୃନ୍ଦ ବେଶ୍ ଖୁସି ଅଛନ୍ତି। ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ମିଠା ଖୁଆଇବା ସହ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନ ଗୁରୁଜୀ ଅମ୍ବିକା ପ୍ରସାଦ ପଟ୍ଟନାୟକ। ଦୀର୍ଘ ଦିନରୁ ପାଇ ଆସୁଥିବା ଏହି ସଫଳତା ଏ ବର୍ଷ ମଧ୍ୟ ବଜାୟ ରହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!