ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବ୍ଲକ୍ ଓ ନୟାଗଡ଼ ପୌର ପରିଷଦର ବିଜୁ ଯୁବ ଜନତା ଦଳ ପକ୍ଷରୁ ଆଜି ଏକ ବୈଠକ ଦଳୀୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟଅତିଥି ଭାବେ ଯୁବ ବିଜେଡ଼ି ନୟାଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଶୁଭାଶିଷ ଖୁଣ୍ଟିଆ ଯୋଗ ଦେଇ ବିଜୁ ଯୁବ ଜନତା ଦଳର କର୍ମୀମାନେ ସାମାଜିକ ଗଣାମାଧ୍ୟମରେ ସକ୍ରିୟ ରହିବା ପାଇଁ ପରାମର୍ଶ ଦେଇଥିଲେ । ଯୁବକମାନେ ଦଳ ପାଇଁ ସେନା ଭାବରେ କାର୍ଯ୍ୟ କରିବା ସହିତ ସମାଜରେ ସେବା ମନୋବୃତ୍ତି ରଖିବା ପାଇଁ ବକ୍ତବ୍ୟ ରଖିଥିଲେ । ଆଜିକାର ଦୁନିଆରେ ସାମାଜିକ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସେଥିପ୍ରତି ସମସ୍ତେ ଧ୍ୟାନଦେବାକୁ ପରାମର୍ଶ ଦେଇଥିଲେ । ନୟାଗଡ଼ ଜିଲ୍ଲା ଯେପରି ସବୁ କ୍ଷେତ୍ରରେ ଅଗ୍ରଣି ହେବ ତାହା ଉପରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ସାହୁ, ରାଜ୍ୟ ସଂପାଦକ ଅନୱାର ଅଲ୍ଲୀ, ସୋସିଆଲ ମିଡ଼ିଆ ଜିଲ୍ଲା ସଂଯୋଜକ ମନୋଜ କୁମାର ନାୟକ, ନୟାଗଡ଼ ବ୍ଲକ ଯୁବ ବିଜେଡ଼ି ସଭାପତି ଦୁର୍ଯ୍ୟୋଧନ ବେହେରା ପ୍ରମୁଖ ଯୋଗଦେଇ ସାମାଜିକ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା କରିଥିଲେ । ଆଜିର ଏହି ବୈଠକରେ ନୟାଗଡ଼ ବ୍ଲକ, ପଞ୍ଚାୟତ ସ୍ତରୀୟ ସଭ୍ୟ ଓ ନୟାଗଡ଼ ପୌର ପରିଷଦର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।






