Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପହଲଗାମ ପୀଡିତ ଶୁଭମ ଦ୍ୱିବେଦୀଙ୍କ ପରିବାରକୁ ଭେଟିଲେ ମୋଦୀ

by ସଞ୍ଜୟ ସ୍ୱାଇଁ
May 30, 2025
in NATIONAL NEWS
ପହଲଗାମ ପୀଡିତ ଶୁଭମ ଦ୍ୱିବେଦୀଙ୍କ ପରିବାରକୁ ଭେଟିଲେ ମୋଦୀ
71
VIEWS
Share on FacebookShare on Twitter

କାନପୁର, (ବାଘୁଆବାର୍ତ୍ତା): ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଶୁଭମ ଦ୍ବିବେଦୀଙ୍କ ପରିବାରକୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ମୋଦୀ କାନପୁର ଗସ୍ତରେ ଥିବା ବେଳେ କାନପୁର ଚକେରୀ ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ଶୁଭମଙ୍କ ପରିବାର ସହ ସେ ସାକ୍ଷାତ କରିଛନ୍ତି । ମୋଦୀ ଶୁଭମ ଦ୍ବିବେଦୀଙ୍କ ପରିବାର ସହ ଭେଟ କରି ସାନ୍ତ୍ବନା ଦେଇଛନ୍ତି । ସେମାନଙ୍କୁ ଆଶ୍ବାସନା ଦେଇ କହିଛନ୍ତି ଆତଙ୍କବାଦୀଙ୍କ ବିରୁଦ୍ଧରେ ଲଢେଇ ଏବେ ପର୍ଯ୍ୟନ୍ତ ଶେଷ ହେଇନାହିଁ । ସେମାନଙ୍କୁ ନିଶ୍ଚିହ୍ନ କରିବା ପର୍ଯ୍ୟନ୍ତ ଲଢେଇ ଜାରୀ ରହିବ ଏବଂ ପହଲଗାମରେ ଜୀବନ ହାରିଥିବା ସମସ୍ତ ପୀଡିତଙ୍କୁ ନ୍ୟାୟ ମିଳିବ । ଏହା ସହିତ ମୋଦୀ ଶୁଭମଙ୍କ ସ୍ତ୍ରୀ ଐଶନ୍ୟା ଦ୍ବିବେଦୀଙ୍କୁ ଭେଟି ତାଙ୍କର ହାଲଚାଲ ବୁଝିଛନ୍ତି । ତାଙ୍କୁ ସାହାସ ଦେଇ ସେ କହିଛନ୍ତି ଆମେ ଆପଣଙ୍କ ପରିବାର ସହିତ ଛିଡା ହେଇଛୁ ଏବଂ ଆପଣଙ୍କ ସ୍ବାମୀଙ୍କୁ ନିଶ୍ଚିତ ନ୍ୟାୟ ମିଳିବ । ପହଲଗାମର ଶାନ୍ତ ପରିବେଶରେ ପ୍ରିୟଜନଙ୍କ ସହିତ ବୁଲିବାର ମଜା ଉଠାଉଥିଲେ ପର୍ଯ୍ୟଟକ । ହେଲେ ହଠାତ ଆତଙ୍କୀଙ୍କ ଗୁଳିରେ ରକ୍ତରେ ଲାଲ୍ ହୋଇଯାଇଥିଲା ସେଠାକାର ମାଟି ମା । ଭାରତର ମିନି ସୁଇଜରଲ୍ୟାଣ୍ଡ କୁହାଯାଉଥିବା ସବୁଜ ପରିବେଶ କିଛି ସମୟରେ ହିଁ ରକ୍ତ ରଞ୍ଜିତ ହୋଇଯାଇଥିଲା । କେହି କିଛି ବୁଝିବା ଆଗରୁ ପର୍ଯ୍ୟଯକଙ୍କୁ ଧର୍ମ ପଚାରି ଅଚାନକ ଗୁଳିବର୍ଷା କରିଥିଲେ ଆତଙ୍କବାଦୀ । ଫଳରେ ୨୮ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ୨୮ଜଣଙ୍କ ମଧ୍ୟରେ ଥିଲେ ଶୁଭମ ଦ୍ବିବେଦୀ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!