ନୟାଗଡ, (ବାଘୁଆବାର୍ତ୍ତା): ପତ୍ନୀ ହତ୍ଯା ଅଭିଯୋଗରେ ଅଷ୍ଟମ ବାଟାଲିୟନର ପୂର୍ବତନ ହାବିଲଦାର ଅନିଲ୍ ଜେନାଙ୍କୁ ମୃତ୍ଯୁ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡାଦେଶ । ଦଣ୍ଡ ଶୁଣାଇଲେ ଓଡଗାଁ ଅତିରିକ୍ତ ଜିଲ୍ଲାଦୌରାଜଜ୍ । ୨୦୧୬ ଜାନୁଆରୀରେ ଦୁଇ ସହଯୋଗୀଙ୍କ ସହ ମିଶି ସ୍ତ୍ରୀ ସୁଭଦ୍ରା ସ୍ବାଇଁଙ୍କୁ ହତ୍ଯା କରି ବିଲରେ ଫିଙ୍ଗିଥିଲେ ଅନିଲ୍ । ଗତ ୨୦୧୬ମସିହା ଜାନୁଆରୀ ୬ତାରିଖରେ ଶରଣକୂଳ ଥାନା ଜାମୁଝୋଲା କଣ୍ଟାବଣିଆ ରାସ୍ତାର ଏକ ବିଲରେ ସୁଭଦ୍ରାଙ୍କ କ୍ଷତବିକ୍ଷତ ମୃତଦେହ ମିଳିଥିଲା । ବାଇକରେ ଆସୁଥିବାବେଳେ ତାଙ୍କୁ ଗଛରେ ବାନ୍ଧି ସ୍ତ୍ରୀ ସୁଭଦ୍ରାଙ୍କ ଠାରୁ ଡକାୟତମାନେ ଅଳଙ୍କାର ଲୁଟିବା ସହ ସ୍ତ୍ରୀଙ୍କୁ ହତ୍ଯାକରିଥିବା ଅନିଲ ଅଭିଯୋଗ କରିଥିଲେ । ତେବେ ପରକ୍ରୀୟାପ୍ରିତି ପାଇଁ ଅନିଲ ନିଜେ ଭାଣିଜିକୁ ହତ୍ଯା କରିଥିବା ସୁଭଦ୍ରାଙ୍କ ମାମୁଁ ଥାନାରେ ଅଭିଯୋଗ କରିଥିଲେ । ପୋଲିସର ତଦନ୍ତ ପରେ ଅନିଲ୍ ଦୁଇ ସହଯୋଗୀଙ୍କ ସହ ମିଶି ସ୍ତ୍ରୀ ସୁଭଦ୍ରାଙ୍କୁ ହତ୍ଯା କରିଥିବା ଜଣାପଡିଥିଲା । ୧୪ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଅଭିଯୁକ୍ତ ଅନିଲକୁ ମୃତ୍ଯୁ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜୋରିମାନା ଶୁଣାଇଛନ୍ତି । ଘଟଣାରେ ସମ୍ପୃକ୍ତ ଅନ୍ଯ ଦୁଇଜଣଙ୍କର ବିଚାର ଚାଲିଛି । ସରକାରୀ ଆଡଭୋକେଟ ଇନ୍ଦୁଭୂଷଣ ମିଶ୍ର ମାମଲା ପରିଚାଳନା କରୁଥିଲେ ।





