Saturday, November 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସୁବର୍ଣ୍ଣ ମାଉସୀଙ୍କ ଘର ବାହୁଡ଼ା

by ସଞ୍ଜୟ ସ୍ୱାଇଁ
January 31, 2025
in Nayagarh, State
ସୁବର୍ଣ୍ଣ ମାଉସୀଙ୍କ ଘର ବାହୁଡ଼ା
240
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ନୟାଗଡ଼ଙ୍କ ହସ୍ତକ୍ଷେପରେ ପ୍ରତାପପ୍ରସାଦର ସୁବର୍ଣ୍ଣ ମାଉସୀଙ୍କୁ ଲେଖନପୁର ନିକଟସ୍ଥ ‘ସମର୍ପଣ’ ବୃଦ୍ଧାଶ୍ରମରେ ଗତ ୨୦.୧.୨୦୨୫ରିଖରେ ଥଇଥାନ କରାଯାଇଥିଲା । ମଉସାଙ୍କ ଦେହାନ୍ତପରେ ତାଙ୍କର ଦୁଇପୁଅ ବୋହୂଙ୍କ ଉପରେ ମାଉସୀଙ୍କର ଦାୟିତ୍ୱ ପଡ଼ିଥିଲା । କିନ୍ତୁ ତାଙ୍କ ହସଖୁସିର ସଂସାର ବେଶିଦିନ ଚାଲିନଥିଲା । ଏହାପରେ ତାଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ ହୋଇଥିଲା । ଏଥିରେ ଅତିଷ୍ଟ ହୋଇ ସୁବର୍ଣ୍ଣ ମାଉସୀ ଜିଲ୍ଲା ଆଇନସେବା ପ୍ରାଧିକରଣରଙ୍କର ଦ୍ୱାରସ୍ଥ ହୋଇଥିଲେ । ସମର୍ପଣରେ ୧୦ଦିନ ରହିବା ପରେ ଖୁସିର କଥା ନିଜ ଦୁଇପୁଅବୋହୂ ତାଙ୍କର ଭୁଲ ବୁଝିପାରି ମାକୁ ବୃଦ୍ଧାଶ୍ରମରୁ ଫେରାଇ ନେବାପାଇଁ ଆଇନସେବା ପ୍ରାଧିକରଣ ନୟାଗଡ଼ଙ୍କ ଦ୍ୱାରସ୍ଥ ହୋଇଥିଲେ । ପୁଅବୋହୂ ମାନେ ତାଙ୍କର ଭୁଲ ବୁଝିପାରିଛନ୍ତି ଅନୁଭବ କରିବା ପରେ ସଚ୍ଚିବ ଅଞ୍ଜଳୀ ମଛଖଣ୍ଡଙ୍କ ନିର୍ଦ୍ଦେଶରେ ଗ୍ରାମୀଣ ଆଇନ ସଚେତନତା କର୍ମୀ ପ୍ରଫୁଲ୍ଲ କୁମାର ବେହେରା, ମମତା ବେହେରା, ଶୁଭିସ୍ମିତା ମିଶ୍ର, ରମେଶ ଚନ୍ଦ୍ର ବେହେରା, ପ୍ରମୋଦ କୁମାର ମହାନ୍ତି, ପ୍ରାଧିକରଣ କର୍ମଚାରୀ ପବନ କୁମାର ବେହେରା, ପ୍ରଶାନ୍ତ କୁମାର ସାହୁ ଏବଂ ସାନପୁଅ ପ୍ରମୁଖ ଯାଇ ସୁବର୍ଣ୍ଣ ମାଉସୀଙ୍କୁ ଆଇନସେବା ପ୍ରାଧିକରଣର ମଧ୍ୟସ୍ଥତା କେନ୍ଦ୍ରକୁ ଆଣି ସଚ୍ଚିବ, ଅଧିବକ୍ତା ରମେଶ ଚନ୍ଦ୍ର ମହାରଣା ଏବଂ ଗ୍ରାମୀଣ ଆଇନ୍ ସେବା କର୍ମୀମାନଙ୍କ ବୁଝାସୁଝା ପରେ ସୁବର୍ଣ୍ଣ ମାଉସୀ ଘରକୁ ଯିବାକୁ ସମ୍ମତି ପ୍ରକାଶ କରି ଦୁଇପୂଅବୋହୂଙ୍କ ସହ ଘର ବାହୁଡ଼ା କରିଥିଲେ । ଜିଲା ଆଇନସେବା ପ୍ରାଧିକରଣର ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!