Wednesday, November 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍କୁଲ ଛୁଟିରେ ପିଲାମାନେ କରିବେ କଣ?, ଶିକ୍ଷା ପରିଷଦ ପକ୍ଷରୁ ଏସଓପି ଜାରି

by ସଞ୍ଜୟ ସ୍ୱାଇଁ
April 24, 2023
in Education, State
୨୬ରୁ ନବମ ଶ୍ରେଣୀର ‘ସମିଟିଭ୍‌ ଆସେସମେଣ୍ଟ-୧’ ପରୀକ୍ଷା, ଜାରି ହେଲା ଗାଇଡ ଲାଇନ
182
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସାରା ରାଜ୍ୟରେ ଅସହ୍ୟ ତାତି ଯୋଗୁଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ସ୍କୁଲ ପିଲାମାନଙ୍କୁ ଚଳିତବର୍ଷ ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ମିଳିଛି । କିନ୍ତୁ ଏହି ଛୁଟିରେ ପାଠରୁ ପିଲାମାନେ ଦୂରେଇ ନ ଯିବା ପାଇଁ ଶିକ୍ଷା ପରିଷଦ ପକ୍ଷରୁ ନୂଆ ଏସଓପି ଜାରି ହୋଇଛି । ଗ୍ରୀଷ୍ମକାଳୀନ ଛୁଟିରେ ପିଲାମାନେ ଗରେ ରହି କ’ଣ କରିବେ ତାହାର ଏକ ସିଟ୍ କରି ଜିଲ୍ଲାସ୍ତରକୁ ପଠାଇଛି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଛୁଟି ସମୟରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ଲିପ୍ତ ରଖିବା ପାଇଁ ଆସାଇନମେଣ୍ଟ ସିଟ୍ ପ୍ରସ୍ତୁତ କରାଯାଇଛି । ପ୍ରଥମରୁ ଦଶମ ଶ୍ରେଣୀର ଚାତ୍ରଛାତ୍ରୀମାନଙ୍କ ପାଇଁ ‘ଅବସରକାଳୀନ ଗୃହକାର‌୍ୟ୍ୟ’ ଉପରେ ଏସଓପି ଜାରି କରାଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ହୋମୱାର୍କ ଦିଆଯାଇଥିବା ବେଳେ ଅଷ୍ଟମରୁ ଦଶକ ଶ୍ରେଣୀ ପର‌୍ୟ୍ୟନ୍ତ ପିଲାଙ୍କ ପାଇଁ ଆସାଇନମେଣ୍ଟ ପ୍ରସ୍ତୁତ କରିଛି ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ । ଏହି ଆସାଇନମେଣ୍ଟ ସିଟକୁ ପ୍ରତ୍ୟେକ ଜିଲ୍ଲାସ୍ତରକୁ ପଠାଇ ଦିଆଯାଇଛି । ଏଥିରେ କୁହାଯାଇଛି ଯେ, ଛୁଟି ସମୟରେ ନିଜ ନୋଟବୁକରେ ହୋମୱାର୍କ କରିବେ ଛାତ୍ରଛାତ୍ରୀ । ତେବେ ସ୍କୁଲ ଖୋଲିବା ପରେ ଏହାକୁ ଦେଖି ଶିକ୍ଷକମାନେ ମୂଲ୍ୟାୟନ କରିବେ । ତେବେ ଏଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ହେଲ୍ପଡେସ୍କ ପ୍ରତିଷ୍ଠା ହେବ । କିନ୍ତୁ କେବଳ ଗଞ୍ଜାମ, ମୟୁରଭଞ୍ଜ ଏବଂ ସୁନ୍ଦରଗଡ ଜିଲ୍ଲାରେ ରହିବ ଦୁଇଟି ହେଲ୍ପଡେସ୍କ । ଏଥିରେ ମୋଟ ୪ ଜଣ ଶିକ୍ଷକ ଦୁଇଟି ସିଫ୍ଟରେ ଉପସ୍ତିତ ରହିବେ । ଜିଲ୍ଲା ହେଲ୍ପଡେସ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରତ୍ୟେକ ସପ୍ତାହର କାର‌୍ୟ୍ୟାବଳୀ ସମ୍ପର୍କରେ ରିପୋର୍ଟ ଦିଆଯିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!