ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବାଜିଲା ସ୍କୁଲ ଘଣ୍ଟି, ଖୋଲିଲା ସ୍କୁଲ । ପାଠପଢ଼ା ଆରମ୍ଭ କଲେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ। ଦୀର୍ଘ ତିନି ମାସର ବ୍ୟବଧାନ ପରେ ପୁଣି ପାଠପଢ଼ା ସ୍ୱାଭାବିକ ହୋଇଛି। । ଏଥିପାଇଁ ପିଲା ସ୍କୁଲରେ ଆସିବା ପୂର୍ବରୁ କ୍ୟାମ୍ପସକୁ ସାନିଟାଇଜ୍ କରାଯାଇଥିଲା । ପିଲାଙ୍କ ପ୍ରବେଶ ପଥରୁ ଆରମ୍ଭ କରି କ୍ଲାସ୍ରୁମ୍, ଲାଇବ୍ରେରୀ ଆଦି ପ୍ରତ୍ୟେକ ସ୍ଥାନ ସଫା ହୋଇଥିଲା। ଛାତ୍ରଛାତ୍ରୀଙ୍କୁ ପ୍ରବେଶ ପଥରେ ଥର୍ମାଲ୍ ସ୍କାନିଂ କରାଯିବା ସହ ଶ୍ରେଣୀ ଗୃହରେ ସାମାଜିକ ଦୂରତା ରଖି ବସିବା ପାଇଁ ବ୍ୟବସ୍ଥା ହୋଇଛି । କ୍ଲାସ୍ରୁମ୍ରେ ମଧ୍ୟ ପିଲାଙ୍କ ମଧ୍ୟରେ ୬ ଫୁଟର ଦୂରତା ରକ୍ଷା କରାଯାଇ ରୋଲ୍ ନମ୍ବର ଅନୁସାରେ ସିଟ୍ରେ ବ୍ୟବସ୍ଥା କରାହଯାଇଛି। କରୋନା କଟକଣା ମଧ୍ୟରେ ସ୍କୁଲ ଖୋଲିଥିବା ବେଳେ ଛାତ୍ରାଛାତ୍ରୀ ମାନେ କ୍ଲାସ୍ରୁମ୍ରେ ପାଠପଢା ଆରମ୍ଭ କରିଛି। ସକାଳ ୧୦ଟାରୁ ମଧ୍ୟାହ୍ନ ୧ଟା ୩୦ ଯାଏ ନନ୍ ଷ୍ଟପ୍ କ୍ଲାସ୍ ହେବ। ମଝିରେ ପିଲାଙ୍କୁ ଖାଇବା ବ୍ରେକ୍ ମିଳିବ ନାହିଁ । ବିଭାଗ ପକ୍ଷରୁ କରାଯାଇଥିବା ସଂଶୋଧିତ ପାଠ୍ୟକ୍ରମ (ରିଭାଇଜ୍ଡ୍ ସିଲାବସ୍) ହିସାବରେ ପ୍ରଥମରୁ ପାଠପଢ଼ା ହେବ । କିନ୍ତୁ, କଣ୍ଟେନ୍ମେଣ୍ଟ ଜୋନ୍ରେ ଥିବା ସ୍କୁଲ ବନ୍ଦ ରହିବ । ଶିକ୍ଷକମାନେ ଟିକା ନେଇ ସ୍କୁଲ ଆସିବାକୁ ନିୟମ ହୋଇଛି । ଦ୍ୱିତୀୟ ଡୋଜ୍ ଟିକା ନ ନେଇଥିଲେ, କେବଳ ପ୍ରଥମ ଡୋଜ୍ ନେଇଥିଲେ ମଧ୍ୟ ଶିକ୍ଷକ ସ୍କୁଲ ଆସିପାରିବେ ।






