Thursday, May 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲୋକାଭିମୁଖୀ କାର୍ୟ୍ୟକ୍ରମକୁ ସୋସିଆଲ ମିଡିଆରେ ପ୍ରଚାର କର

by ସଞ୍ଜୟ ସ୍ୱାଇଁ
August 5, 2021
in Feature News
ଲୋକାଭିମୁଖୀ କାର୍ୟ୍ୟକ୍ରମକୁ ସୋସିଆଲ ମିଡିଆରେ ପ୍ରଚାର କର
1k
VIEWS
Share on FacebookShare on Twitter

ବିଜୁ ଛାତ୍ର ଜନତା ଦଳ ବ୍ଲକ ଏବଂ ଏନଏସି ସ୍ତରୀୟ କର୍ମକର୍ତ୍ତା ବୈଠକ

ଓଡ଼ଗାଁ,(ବାଘୁଆବାର୍ତ୍ତା) : ଓଡ଼ଗାଁ ଇନଡୋର ଷ୍ଟାଡିୟମଠାରେ ବିଜୁ ଛାତ୍ର ଜନତା ଦଳ ବ୍ଲକ ଏବଂ ଏନଏସିର କର୍ମକର୍ତ୍ତାମାନଙ୍କୁ ନେଇ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । କାର୍ୟ୍ୟକ୍ରମରେ ବିଜୁ ଛାତ୍ର ଜନତା ଦଳ ନୟାଗଡ଼ ଜିଲ୍ଲା ପର୍ୟ୍ୟବେକ୍ଷକ ଇପସିତା ସାହୁ ଏବଂ ଦେବସ୍ମିତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଲୋକାଭିମୁଖୀ କାର୍ୟ୍ୟକ୍ରମକୁ ସୋସିଆଲ ମିଡିଆ ପ୍ଲାର୍ଟ ଫର୍ମରେ ବ୍ୟାପକ ଭାବରେ ପ୍ରଚାର ପ୍ରସାର କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ ।

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଛାତ୍ର ଜନତା ଦଳ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବ ବୋଲି କହିଥିଲେ । ସମସ୍ତ ବ୍ଲକ୍ ଓ ବିଜ୍ଞାପିତ ଅଞ୍ଚଳରେ କର୍ମକର୍ତ୍ତା ଓ ସ୍ଥାନୀୟ ନେତାମାନଙ୍କ ସହ ବୈଠକ ଆୟୋଜନ କରି ସଂଗଠନକୁ ସୁଦୃଢ କରିବା ଦିଗରେ ଛାତ୍ରନେତାମାନେ କାର୍ୟ୍ୟ କରିବେ ବୋଲି ଆହ୍ୱାନ ଦେଇଥିଲେ। ବୈଠକରେ କର୍ମକର୍ତ୍ତାମାନଙ୍କୁ ବିଜୁ ବାବୁଙ୍କ ଜୀବନ ଉପରେ ଆଧାରିତ ପୁସ୍ତକ ‘ଟଲ ମ୍ୟାନ ଓ ଓଡ଼ିଶା ବିକାଶରେ ନବୀନ ବାବୁଙ୍କ ଭୂମିକା ସମ୍ବନ୍ଧରେ ବିଷଦ ଆଲୋଚନା କରାଯାଇଥିଲା । ଆଗାମୀ ଅଗଷ୍ଟ ୧୫ ତାରିଖ ସୁଦ୍ଧା ବ୍ଲକ ଏବଂ ପଞ୍ଚାୟତ କମିଟି ଗଠନ କରିବା ପାଇଁ ରାଜ୍ୟ ଛାତ୍ର ଜନତା ଦଳ ମହାସଚିବ ଇପସିତା ସାହୁ ନିର୍ଦ୍ଦେଶ ଦେଇଥିଲେ । ବିଜୁ ଛାତ୍ର ଜନତା ଦଳ ସଭାପତି ନୀଳମାଧବ ପଣ୍ଡା ପଣ୍ଡା, ଉପସଭାପତି ଅମୂଲ୍ୟ କୁମାର ସାହୁ, ସୋସିଆଲ ମିଡିଆ କୋଡ଼ିନେଟର ରଞ୍ଜିତା ପ୍ରଧାନ, ସଞ୍ଜୀବ କୁମାର ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରମୋଦ କୁମାର ସାହୁ, ଶେଖ ଇବ୍ରାହିମ, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଭୁପ୍ରସାଦ ସାହୁ, ବ୍ଲକ ସଭାପତି ବରୁଣ କୁମାର ସାହୁ, ଏନଏସି ସଭାପତି ଅମ୍ରିତ ପ୍ରିୟଦର୍ଶନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରସନ୍ନ ଜିତ ସାହୁ, ବିକାଶ ପଳେଇ, ରାଜୀବ ଲୋଚନ ବରାଡ଼ ପ୍ରମୁଖ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!