ଭୋଗରାଇ, (ବାଘୁଆବାର୍ତ୍ତା) : ବାର୍ଷିକ କ୍ରୀଡା ପ୍ରତିଯୋଗିତା ଚାଲିଥିଲା ବେଳେ ଛାତ୍ରର ଛୁରାମାଡ଼ରେ ଜଣେ ଛାତ୍ର ଗୁରୁତର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଳକ୍ କମର୍ଦା ଥାନା ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ। ସୂଚନା ଅନୁଯାୟୀ, ଦହମୁଣ୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଚାଲିଥିଲା। ନବମ ଶ୍ରେଣୀର ଛାତ୍ରଙ୍କ ଖେଳ ସରିବା ପରେ ପୂର୍ବ ଝଗଡ଼ାକୁ ନେଇ ୨ ଜଣ ନବମ ଶ୍ରେଣୀ ଛାତ୍ରଙ୍କ ମଧ୍ଯରେ ବଚସା ହୋଇଥିଲା। ପରେ ନବମ ଶ୍ରେଣୀର ଛାତ୍ର ବିନୟ ଚନ୍ଦ – ଅନ୍ତିଆ ଚନ୍ଦକୁ ପେଟରେ ଛୁରାମାଡ କରିଥିଲେ। ଉଭୟଙ୍କ ମଧ୍ୟରେ ଗତକାଲି ମେଳା ବୁଲିବା ସମୟରେ ଗଣ୍ଡଗୋଳ ହୋଇଥିବା ସୂଚନା । ଆଜି ସେହି ଗଣ୍ଡଗୋଳକୁ ନେଇ ବିନୟ ଛୁରାମାଡ କରିଥିବା ସନ୍ଦେହ। ଗୁରୁତର ଅବସ୍ଥାରେ ଅନ୍ତିଆ ଚନ୍ଦଙ୍କୁ ଉଦ୍ଧାର କରାଯାଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ କମର୍ଦ୍ଦା ପୁଲିସ୍ ପହଞ୍ଚି ଛୁରାମାଡ କରିଥିବା ବିନୟ ଚନ୍ଦକୁ ଅଟକ ରଖି ଅଧିକ ତଦନ୍ତ କରୁଛି।





