ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଗୋଲେଇ ଛକଠାରେ ଗୋବର ପାଣି ଓ ଗଙ୍ଗାଜଳ ଛିଞ୍ଚିବା ସହ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ କୁଶପୁତଳିକା ଦାହ କରିଛ ଛାତ୍ର ଓ ଯୁବ କଂଗ୍ରେସ । ଆଜି ଉଭୟ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ପୁରୀ ସାଂସଦ ସମ୍ବିତ୍ ପାତ୍ରଙ୍କୁ ବିରୋଧ କରାଯାଇଛି। ସାଂସଦଙ୍କ ଗତକାଲି ଗସ୍ତରେ ନୟାଗଡ଼ର ପବିତ୍ର ମାଟି ଅପବିତ୍ର ହୋଇଥିବା ଏବଂ ନୟାଗଡ଼ ମାଟିକୁ ପୁଣି ପବିତ୍ର କରିବା ଉଦ୍ଦେଶ୍ୟରେ କଂଗ୍ରେସ ପକ୍ଷରୁ ଗୋବର ଓ ଗଙ୍ଗାଜଳ ସିଞ୍ଚନ କରାଯାଇଛି । ଶତାଧିକ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ନୟାଗଡ଼ ପୂର୍ତ୍ତ ବିଭାଗ ଡାକବଙ୍ଗଳାଠାରୁ ଏକ ଶୋଭାଯାତ୍ରାରେ ବାହାରି ଗୋବର ପାଣି ଛିଞ୍ଚନ କରିଛି । ଚିନିକଳ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ଛାତ୍ର ଓ ଯୁବ କଂଗ୍ରେସ ପ୍ରଶ୍ନ କରିଛି । ବିଭିନ୍ନ ସ୍ଳୋଗାନ, ନାରାବାଜି, ବିରୋଧ କରି ନୟାଗଡ଼ ଗୋଲେଇ ଛକରେ ପହଞ୍ଚି ସେଠାରେ ସାଂସଦଙ୍କ କୁଶ ପତ୍ତଳିକାକୁ ତଳେ ପକାଇ ଦାହ କରଯାଇଥିଲା। ସାଂସଦ ସମ୍ବିତ୍ ପାତ୍ର ଜିତିବା ପୂର୍ବରୁ ୧୦୦ ଦିନରେ ଚିନିକଳ ପ୍ରତିଶ୍ରୁତି ଦେଇ ଭୁଲିଯିବା, ପାର୍ଲାମେଣ୍ଟ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଅପମାନ ସହ, ଓଡ଼ଗାଁ ବେଆଇନ ମାଙ୍କଡ଼ ଖଣିରେ ସାଂସଦ ପ୍ରତିନିଧିଙ୍କ ଜରିଆରଏେ ସାମିଲ ଅଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଚିନିକଳ ପାଇଁ ନୟାଗଡ଼ ବାସୀଙ୍କୁ ଦେଇଥିବା ଧୋକା ଏବଂ ରାହୁଲ ଗାନ୍ଧୀଙ୍କୁ ଅପମାନ ପାଇଁ ରାହୁଲ ଗାନ୍ଧୀଙ୍କୁ କ୍ଷମା ନମାଗିବା ଯାଏ ସାଂସଦ ସମ୍ବିତ୍ ପାତ୍ରଙ୍କୁ ନୟାଗଡ଼ରେ ଜୋରଦାର ବିରୋଧ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଆଜିର ଏ ବିକ୍ଷୋଭରେ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ଆଇନଜୀବୀ ରଣଜିତ୍ ଦାଶ, ଜିଲ୍ଲା ସଂଯୋଜକ ସତ୍ୟବ୍ରତ ନାୟକ, କଂଗ୍ରେସ ନେତା ବିଭୂ ପ୍ରସାଦ ମିଶ୍ର, କମଳ ସାହୁ, ଛାତ୍ର କଂଗ୍ରେସ ସଭାପତି ଶିବ୍ ରଞ୍ଜନ ସାହୁ, ଯୁବ କଂଗ୍ରେସ ନେତା ଦିଲ୍ଲୀପ୍ କୁମାର ବିଶୋଇ, ଲିଙ୍କନ ମହାପାତ୍ର, ଅମ୍ଳାନ ଅଂଶୁମାନ ସାହୁ, ଶାଶ୍ୱତ ପ୍ରଧାନ, ଜୀବନ ଜ୍ୟୋତି ରାଉତ, ଅରବିନ୍ଦ ପାଢ଼ୀ, ଓମପ୍ରକାଶ ପ୍ରଧାନ ପ୍ରମୁଖ ଛାତ୍ରନେତା ଉପସ୍ଥିତ ଥିଲେ।






