Thursday, October 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ନଦୀରେ ଭାସିଯାଇଥିବା ଛାତ୍ର ଉଦ୍ଧାର: ମୃତ ଘୋଷଣା କଲେ ଡାକ୍ତର

by ସଞ୍ଜୟ ସ୍ୱାଇଁ
November 19, 2021
in Breaking, State
ନଦୀରେ ଭାସିଯାଇଥିବା ଛାତ୍ର ଉଦ୍ଧାର: ମୃତ ଘୋଷଣା କଲେ ଡାକ୍ତର
250
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ସକାଳୁ ଘଟିଥିଲା ଅଘଟଣ । ନଦୀରେ ବୁଡ଼ ପକାଇଲା ବେଳେ ଭାସିଯାଇଥିଲା ନବମ ଶ୍ରେଣୀର ଛାତ୍ର । ବହୁ ଖୋଜାଖୋଜି କରିବା ପରେ ଛାତ୍ରକୁ ଉଦ୍ଧାର କରାଯାଇଛି । ହେଲେ ହସ୍ପିଟାଲରେ ଡାକ୍ତର ଉକ୍ତ ଛାତ୍ରଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । କାର୍ତ୍ତିକ ପୂର୍ଣ୍ଣିମାରେ ଢ଼େଙ୍କାନାଳ ଜିଲ୍ଲା ବ୍ରାହ୍ମଣୀ ନଦୀ ବୁଦେ୍ଧଶ୍ୱର ଘାଟରେ ଡ଼ଙ୍ଗା ଭସାଇବାକୁ ଯାଇଥିଲେ ରୋଶନ ନାୟକ । ଏହି ସମୟରେ ନଦୀରେ ସେ ଭାସିଯାଇଥିଲେ । ଜଣେ ମାଛ ଧରାଳିଙ୍କ ଜାଲ ସହାୟତାରେ ରୋଶନଙ୍କୁ ଉଦ୍ଧାର କରାଯାଇଥିଲା । ପ୍ରଥମେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଡ଼ାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି । ଲତାବିଲ ଗାଁର ବିଦ୍ୟାଧର ନାୟକଙ୍କ ୧୨ବର୍ଷର ପୁଅ ହେଲେ ରୋଶନ ନାୟକ । ଅସାବଧାନତା କାରଣରୁ ଡ଼ଙ୍ଗା ଭସାଉଥିବାବେଳେ ରୋଶନ ବ୍ରାହ୍ମଣୀ ନଦୀର ଜଳସ୍ରୋତରେ ଭାସିଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ୟ୍ୟ କରିଥିଲେ । ତେବେ ବନ୍ଦାଳ ଗାଁର ଜଣେ ମାଛ ଧରାଳିଙ୍କ ଜାଲ ସାହାଯ୍ୟରେ ରୋଶନଙ୍କୁ ଉଦ୍ଧାର କରାଯାଇଥିଲା । ରୋଶନଙ୍କ ମୃତ୍ୟୁରେ ଗାଁରେ ଶୋକାର ଛାୟା ଖେଳିଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!