Saturday, June 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି

by ସଞ୍ଜୟ ସ୍ୱାଇଁ
December 31, 2024
in Education, State
ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
14
VIEWS
Share on FacebookShare on Twitter

ଗଞ୍ଜାମ, (ବାଘୁଆବାର୍ତ୍ତା): ସପ୍ତମ ଶ୍ରେଣୀ ଛାତ୍ରଙ୍କ ପାଟିରୁ ବାହାରୁଛି ଦଶମ ଶ୍ରେଣୀ ପ୍ରଶ୍ନର ଉତ୍ତର। ଛୋଟ ବୟସରୁ ଅନାୟସରେ କରୁଛନ୍ତି ଜଟଳି ଗଣିତର ସମାଧାନ । ସାହିତ୍ୟ, ଇତିହାସ, ଭୂଗୋଳ ବି ଅନର୍ଗଳ ବାହାରୁଛି। ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର। କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ । ଏପରି ଜଣେ ବିଚକ୍ଷଣ ବାଳକ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର କୌସ୍ତଭ। ଯେ କୌଣସି ପ୍ରଶ୍ନ ପଚାରିଲେ ସେ ଚଟାପଟ ଉତ୍ତର ଦେବାରେ ସେ ଡେରି କରୁ ନାହାନ୍ତି। ଦଶମ ପରୀକ୍ଷା ଦେବାପାଇଁ ତାଙ୍କ ଭିତରେ ପ୍ରବଳ ଆଗ୍ରହ ଥିବା ବେଳେ ଏଥିପାଇଁ ସେ ଲୋଡ଼ିଛନ୍ତି ରାଜ୍ୟ ସରକାରଙ୍କ ଅନୁମତି। ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଏକ ଘରୋଇ ସ୍କୁଲର ସପ୍ତମ ଶ୍ରେଣୀର ଛାତ୍ର ହେଉଛନ୍ତି କୌସ୍ତଭ। ନିଜର ପ୍ରଖର ବୁଦ୍ଧିମତା ପାଇଁ ଏହି ୧୨ ବର୍ଷର ବାଳକ ଏବେ ଚର୍ଚ୍ଚାରେ। ଆସିକା ଏନଏସିର ବାଣୀବିହାରରେ ରହୁଥିବା କୌସ୍ତଭଙ୍କ ବାପା ଜଣେ ଧ୍ୟାନ ସିଦ୍ଧ ହୋଇଥିବା ବେଳେ ମା ଗୃହିଣୀ।

ପିଲାଟି ଦିନରୁ କୌସ୍ତଭଙ୍କର ପାଠ ପଢ଼ାପ୍ରତି ଅହେତୁକ ଦୁର୍ବଳତା ରହିଛି। ବାପାଙ୍କ ନିକଟରୁ ଧ୍ୟାନ ଓ ଏକାଗ୍ରତା ଶିଖିଥିବା କୌସ୍ତଭ ପାଠକୁ ବି ଖୁବ୍ ସହଜରେ ମନେ ରଖି ପାରୁଛନ୍ତି। ଫଳରେ ବିନା କୌଣସି ଚାପରେ ଖୁସିରେ ଖୁସିରେ ସେ ଦଶମ ଶ୍ରେଣୀ ସିଲାବସ୍ର ସମସ୍ତ ପାଠ ଶେଷ କରି ସାରିଲେଣି। ଏହା ଅବିଶ୍ୱାସନୀୟ ଲାଗୁଥିଲେ ମଧ୍ୟ ନିରାଟ ସତ। ସାହିତ୍ୟ,ବିଜ୍ଞାନ, ଭୂଗୋଳ ଵିଶେଷ ଭାବେ ଗଣିତର ସମସ୍ତ ପ୍ରଶ୍ନର ଉତ୍ତର ତାଙ୍କ ମୁହଁରେ। ଏହା ଅନ୍ୟମାନଙ୍କୁ ଚକିତ କରୁଥାଇ ପାରେ କିନ୍ତୁ କୌସ୍ତଭଙ୍କ ପାଇଁ ଏହା ସାଧାରଣ କଥା। କୌସ୍ତଭଙ୍କ ପରିବାର ଲୋକେ ତାଙ୍କ ପୁଅ ଦଶମ ପରୀକ୍ଷା ଦେଉ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି। ଏଥିନିମନ୍ତେ ଗଣଶିକ୍ଷା ବିଭାଗର ଅନୁମତି ଲୋଡ଼ିଛନ୍ତି। ତେଣୁ ଖୁବଶୀଘ୍ର ପରିବାର ଲୋକେ ଏବଂ ତାଙ୍କ ଶିକ୍ଷକ ମୁଖ୍ୟମନ୍ତ୍ରୀ, ଶିକ୍ଷା ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କୁ ଭେଟି ପୁଅକୁ ଅନୁମତି ଦେବାକୁ ନିବେଦନ କରିବେ। ଏନେଇ କୌସ୍ତଭ କହିଛନ୍ତି, ଧ୍ୟାନ ଓ ଏକାଗ୍ରତା ଯୋଗୁ ମୁଁ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ସମସ୍ତ ପାଠ୍ୟକ୍ରମକୁ ଶେଷ କରି ପାରିଛି। ମୋ’ବାପା ଧ୍ୟାନ କରୁଥିବାରୁ ତାଙ୍କ ପାଖରେ ରହି ମୁଁ ଏହା ଶିଖିଛି। ଏଥିଯୋଗୁ ଖୁବ୍ ଅନାୟସରେ ମୋର ପାଠ ମନେ ରହୁଛି। ପାଠ ବ୍ୟତୀତ ସାଧାରଣ ଜ୍ଞାନ ଓ ଅନ୍ୟାନ୍ୟ ବିଷୟ ବି ପଢ଼ୁଛି। ସରକାର ମୋତେ ଦଶମ ପରୀକ୍ଷା ପାଇଁ ସୁଯୋଗ ଦେଲେ ମୁଁ ଖୁବ୍ ଖୁସି ଅଛି। ପାଠ ବ୍ୟତୀତ ଖେଳିବାକୁ ବି ମୁଁ ଭଲ ପାଏ । ଆଗାମୀ ଦିନରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ଦେବି। କୌସ୍ତଭଙ୍କ ମା’ କହିଛନ୍ତି, ମୋ’ ପୁଅ ଛୋଟ ବେଳୁ ହିଁ ଅଲୌକିକ ।ସେ ସପ୍ତମ ଶ୍ରେଣୀ ପଢ଼ୁଥିବା ବେଳେ ଦଶମ ପାଠପଢ଼ା ସିଲାବସ୍ ଅନୁଯାୟୀ ଶେଷ କରିଛି। ମୋ ପୁଅକୁ ଥରେ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ସୁଯୋଗ ଦେବାକୁ ମୁଁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରୁଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!