ଭୁବନେଶ୍ୱର,(ବାଘୁଆବାର୍ତ୍ତା): ଅନୁସୂଚିତ ଜାତି ଓ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ତଥା ୟୁନାଇଟେଡ୍ ଇଣ୍ଡିଆନ୍ ଆନ୍ଥ୍ରୋପୋଲୋଜି ଫୋରମ୍ର ସହଯୋଗିତାରେ ଭର୍ଚୁଆଲ୍ ମୋଡ୍ରେ ଆୟୋଜିତ ହୋଇଥିବା ‘ଚେଞ୍ଜିଂ କଣ୍ଟୁରସ୍ ଅଫ୍ ଇଣ୍ଡିଜିନସ୍ ନଲେଜ୍ ଆମଙ୍ଗ ଟ୍ରାଇବାଲ କମୁ୍ୟନିଟିଜ୍ ଅଫ୍ ଇଣ୍ଡିଆ’ ଉପରେ ୩ ଦିନିଆ ଜାତୀୟ ସମ୍ମିଳନୀର ଦ୍ୱିତୀୟ ଦିନର ଅଧିବେଶନ ଫଳପ୍ରଦ ଭାବେ ଶେଷ ହୋଇଛି । ପ୍ରଫେସର ଦୀପକ କୁମାର ବେହେରା ଓ ପ୍ରଫେସର ଏସ୍. ଗ୍ରେଗୋରୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଦୁଇଟି ବୈଷୟିକ ଅଧିବେଶନ ଯଥାକ୍ରମେ ‘ଇଣ୍ଡିଜିନସ୍ ନଲେଜ ଏଣ୍ଡ ଇମର୍ଜିଂ ରିଏଲିଟିଜ୍’ ଓ ‘ଡାଇନାମିକ୍ସ ଅଫ ଲୋକାଲ ଇକୋଲୋଜିକାଲ ନଲେଜ୍’ରେ ଦୁଇଟି କି-ନୋଟ୍ ଆଡ୍ରେସ୍ ସହ ସାତଟି ସନ୍ଦର୍ଭ ପ୍ରତିଷ୍ଠିତ ଗବେଷକ/ଗବେଷିକାଙ୍କ ଦ୍ୱାରା ଉପସ୍ଥାପନା କରାଯାଇଥିଲା । ବୈଷୟିକ ଉପସ୍ଥାପନା ଦେଇଥିବା
ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ପ୍ରଫେସର ସରିତ କୁମାର ଚୌଧୁରୀ, ପ୍ରଫେସର ଗୀତିକା ରଞ୍ଜନ, ଶ୍ରୀଯୁକ୍ତ
ତି୍ରଲେ ।ଚନ ସାହୁ, ପ୍ରଫେ ସର ଏ. ଚେ ଲ ୍ଲାପେରୁମାଲ ୍, ଡ. ବେଦ ପି୍ରୟା ଆର୍ଯ୍ୟ, ସବେ ର୍ଶ ୍ୱର ରେzି ଅନ୍ୟତମ । ଉପସ୍ଥାପନାଗୁଡ଼ିକରେ ଦେଶର ବିଭିନ୍ନ ପ୍ରାନ୍ତର ଜନଜାତିମାନଙ୍କର ପ୍ରାସଙ୍ଗିକ ସ୍ଥାନୀୟ ଜ୍ଞାନକୌଶଳ ଉପରେ ପର୍ଯ୍ୟବେଶିତ ତଥ୍ୟ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଆଦୃତ, ଆଲୋଚିତ ଓ ପ୍ରଶଂସିତ ହୋଇଥିଲା । ସ୍ଥାନୀୟ ଜ୍ଞାନକୌଶଳର ବିସ୍ତାରିତ ପରିସରର ବିସ୍ତୃତ ଅଧ୍ୟୟନ ହେବା ସହିତ ଏହାକୁ ମୁଖ୍ୟସ୍ରୋତର ବ୍ୟବହାର ଦିଗରେ ପ୍ରଚେଷ୍ଟା ଜାରି ରହିବା ଉଚିତ୍ ବୋଲି ସମ୍ମିଳନୀରେ
ମତପ୍ରକାଶ ପାଇଥିଲା । ଏହି ଦ୍ୱିତୀୟ ଦିନର ସମ୍ମିଳନୀକୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ସୁଚାରୁ ରୂପେ ପରିଚାଳନା କରିବା ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ପ୍ରସଙ୍ଗ ଉପରେ ନିଜର ମତ ରଖିଥିଲେ ।






