Friday, July 3, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଏଥର ପିଭିଟିଜି ଗ୍ୟାଲେରୀ ପ୍ରଦର୍ଶିତ ହେବ

by ସଞ୍ଜୟ ସ୍ୱାଇଁ
May 22, 2021
in Nayagarh
ଏଥର ପିଭିଟିଜି ଗ୍ୟାଲେରୀ ପ୍ରଦର୍ଶିତ ହେବ
171
VIEWS
Share on FacebookShare on Twitter

ଭୁବନେଶ୍ୱର,(ବାଘୁଆବାର୍ତ୍ତା): କରୋନା ପରିପ୍ରେକ୍ଷୀରେ ଏସ୍‌ସିଏସ୍‌ଟିଆର୍‌ଟିଆଇ ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟ ବନ୍ଦ ରହିଛି । ତେଣୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପ୍ରତ୍ୟେକ ରବିବାର ଦିନ ସଂଗ୍ରହାଳୟକୁ ଭର୍ଚୁଆଲ୍‌ ଟୁର୍‌ର ବ୍ୟବସ୍ଥା କରାଯାଇଛି । ରବିବାର ଅର୍ଥାତ୍‌ ମଇ ୨୩ ତାରିଖ ଦିନ ଦର୍ଶକମାନେ ଫେସ୍‌ବୁକ୍‌ ଓ ଟୁଇଟର ପେଜ୍‌ @ଟଟ୍ଟଟcଛeଠ, @ଟcଟଟ୍ଟrଟ୍ଟi ଖୋଲି ସଂଗ୍ରହାଳ ୟ ମଧ୍ୟରେ ଥିବା ପ୍ରାଚୀନତ ମ ଜନ ଜାତି (ପିଭିଟିଜି) ଗ୍ୟାଲେରୀକୁ ସଂଦର୍ଶନ କରିପାରିବେ ବୋଲି ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ପ୍ରକାଶ କରିଛନ୍ତି । ସଂଗ୍ରହାଳୟରେ ଜନଜାତି କଳା ଓ କଳାବସ୍ତୁର ପାଞ୍ଚଗୋଟି ଗ୍ୟାଲେରୀ ସହିତ ପିଭିଟିଜି ୱାଲïର୍ ନାମରେ ଗୋଟିଏ ନୂତନ ପ୍ରଦର୍ଶନୀ ଭବନ ରହିଛି । ଏହି ପିଭିଟିଜି ୱାଲïର୍ରେ ୧୩ ଗୋଟି ପ୍ରାଚୀନତମ ଜନଜାତି ଯଥା: ବଣ୍ଡା, ଚୁକୁଟିଆ ଭୁଂଜିଆ, ଦିଦାୟୀ, ଡଙ୍ଗରିଆ କନ୍ଧ, ପାହାଡ଼ି ଖରିଆ, ଜୁଆଙ୍ଗ, କୁଟିଆ କନ୍ଧ, ଲୋଧା, ଲାଞ୍ଜିଆ ସଉରା, ମାଙ୍କିରିଡ଼ିଆ, ବିର୍‌ହୋର୍‌, ପାଉଡ଼ିଭୂୟାଁ, ସଉରା ଜନଜାତିଙ୍କ ପ୍ରତିମୂର୍ତ୍ତି ସହ ସେମାନଙ୍କର ଗୃହ, ଜୀବନଶୈଳୀ ଓ ସଂସ୍କୃତି, ଗୃହର ବିଭିନ୍ନ ଆସବାବପତ୍ର ଆଦି ପ୍ରଦର୍ଶନ କରାଯାଉଛି । ଏହି ଗ୍ୟାଲେରୀରେ ଥ୍ରୀ-ଡି ମାଧ୍ୟମରେ ପ୍ରଦର୍ଶନ ସହିତ କିଓସ୍କରେ ପ୍ରାଚୀନତମ ଜନଜାତିଙ୍କ ସଂପର୍କରେ ସବିଶେଷ ତଥ୍ୟ ରହିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!