ଜଳେଶ୍ୱର, (ବାଘୁଆବାର୍ତ୍ତା): ଓଡ଼ିଶା ରିଟେଲର୍ସ ଆସୋସିଏସନ ପକ୍ଷରୁ ଖାଦ୍ୟ ସୁରକ୍ଷା ଯୋଜନାରେ ମାଗଣା ସାମଗ୍ରୀ ବଣ୍ଟନ, ଏମଡିଏମ ବଣ୍ଟନ ଅର୍ଥ ଦେବାକୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ସରକାରଙ୍କୁ ନିବେଦନ କରାଯାଇଛି । ଗତ ୨୦୨୦ ମସିହା ଏପ୍ରିଲ ଠାରୁ ନଭେମ୍ବର ପର୍ୟ୍ୟନ୍ତ ଆଠମାସ ଧରି ଖାଉଟି ସାମଗ୍ରୀ ସହିତ ସ୍କୁଲରେ ଏମଡିଏମ ବଣ୍ଟନ ହୋଇଆସୁଥିବା ବେଳେ ସେମାନଙ୍କୁ ପାରିଶ୍ରମିକ ଏଯାବତ ମିଳିନାହିଁ । ପୁଣି ଟଙ୍କା ଡିପୋଜିଟ କରିବାପରେ ମଧ୍ୟ ଗତ ମେ ମାସରେ ଶତକଡା ୩୭ ପ୍ରତିଶତ ଏବଂ ଜୁଲାଇ ମାସରେ ଶତକଡା ୨୯ ପ୍ରତିଶତ ଗହମ କଟା ଯାଇଛି । ଯାହା ଏପର୍ୟ୍ୟନ୍ତ ମିଳିନାହିଁ । ମାଗଣା ରାସନରେ ମଧ୍ୟ ଖର୍ଚ୍ଚ ମିଳି ନାହିଁ । ଜଳେଶ୍ଵର ଠାରେ ତିନି ବର୍ଷ ଧରି କିରୋସିନି ହୋଲସେଲର କେହିନଥିବା ବେଳେ, ସମସ୍ତ ଡିଲର ବସ୍ତା ଉପରେ ନିର୍ଭର କରିଆସୁଛନ୍ତି । ତେବେ ରିଟେଲର୍ସମାନେ ସର୍ବଦା ନିର୍ୟ୍ୟାତିତ ହୋଇ ଆସୁଥିବା ବେଳେ, ସଂଘ ପକ୍ଷରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଅଛି । ଯଦି ଆଗାମୀ ଦିନରେ ସରକାର ରିଟେଲର୍ସ ମାନଙ୍କ ପ୍ରତି ଯତ୍ନବାନ ନୁହନ୍ତି ତେବେ ବିଧାନସଭାର ମୌସୁମୀ ଅଧିବେଶନ ସମୟରେ କାର୍ୟ୍ୟ ବନ୍ଦ ଡାକରା ଦେବ ବୋଲି ଘୋଷଣା କରିଛି ସଂଘ ।






