Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାରମ୍ବାର ଗୁହାରି ସତ୍ତ୍ୱେ ଦାବି ଶୁଣାଲାନି ପ୍ରଶାସନ, ୧୪୯ ନମ୍ୱର ଜାତୀୟ ରାଜପଥ ବନ୍ଦ କଲେ ଗାଁ ଲୋକ

by ସଞ୍ଜୟ ସ୍ୱାଇଁ
September 29, 2021
in State
ବାରମ୍ବାର ଗୁହାରି ସତ୍ତ୍ୱେ ଦାବି ଶୁଣାଲାନି ପ୍ରଶାସନ, ୧୪୯ ନମ୍ୱର ଜାତୀୟ ରାଜପଥ ବନ୍ଦ କଲେ ଗାଁ ଲୋକ
70
VIEWS
Share on FacebookShare on Twitter

ଢେଙ୍କାନାଳ, (ବାଘୁଆବାର୍ତ୍ତା): ବାରମ୍ବାର ଗୁହାରି ସତ୍ତ୍ୱେ ଦାବି ଶୁଣାଲାନି ପ୍ରଶାସନ । ସମସ୍ୟାର ସମାଧାନ ନହେବାରୁ ରାଜରାସ୍ତାକୁ ଓହ୍ଲାଇଲେ ଗାଁ ଲୋକ । ଜାତୀୟ ରାଜପଥ ଅବରୋଧ କଲେ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଭେଜିଆ ଗାଁ ଛକ ନିକଟରେ ୧୪୯ ନମ୍ୱର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ବିରିବୋଲେଇ ଗ୍ରାମବାସୀ । ଅଭିଯୋଗ ହୋଇଛି, ଗାଁରେ ଥିବା ସରକାରୀ ଓ ଗୋଚର ଜମିକୁ ସୋଲଗାଁର କିଛି ମୁଷ୍ଟିମେୟ ଲୋକ ଘର ନିର୍ମାଣ କରିବା ସହ ଜମି ଅକ୍ତିଆର କରି ନେଇଛନ୍ତି । ଏନେଇ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ ହୋଇଛି । ମାତ୍ର ଫଳ ଶୂନ । ଗତ ୨୧ ତାରିଖରେ ବିରିବୋଲେଇ ଗାଁ ଲୋକ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ୭ ଦିନ ଭିତରେ ସମସ୍ୟାର ସମାଧାନ ପାଇଁ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପ୍ରଶାସନ କୌଣସି ହସ୍ତକ୍ଷେପ ନକରିବାକୁ ଆଜି ଗାଁଲୋକ ମିଶି ୧୪୯ ନମ୍ୱର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଯେପର୍ୟ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ ସେପର୍ୟ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତେଇ ଦେଇଛନ୍ତି । ରାସ୍ତାରୋକ ଯୋଗୁ ୧୪୯ ନମ୍ୱର ଜାତୀୟ ରାଜପଥରେ ଶହ ଶହ ଗାଡ଼ିମୋଟର ଅଟକି ରହିଛି । ପିତିରି-ପାଲଲହଡା ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!