ଚଣ୍ଡିଖୋଲ, (ବାଘୁଆବାର୍ତ୍ତା): ମନରେଗା କାର୍ୟ୍ୟରେ ହୋଇଥିବା ମହାଦୁର୍ନୀତି ଅଭିଯୋଗରେ ଗ୍ରାମବାସୀଙ୍କ ଧାରଣା ଓ ପ୍ରତିବାଦ ସଭା । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ମଝିପଡ଼ା ପଂଚାୟତରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ଗ୍ରାମବାସୀଙ୍କ ଧାରଣା ଓ ପ୍ରତିବାଦ କରିଛନ୍ତି । ଉକ୍ତ ପଂଚାୟତରେ ମନରେଗା ଯୋଜନାରେ ୩ ଲକ୍ଷ ଟଙ୍କାର ଟ୍ରେଞ୍ଜ ନିର୍ମାଣ କାର୍ୟ୍ୟରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ସ୍ଥାନୀୟ ବାସିନ୍ଦା ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ । ହେଲେ ପ୍ରଶାସନ ପକ୍ଷରୁ କୌଣସି କାର୍ୟ୍ୟାନୁଷ୍ଠାନ ନ ହେବାରୁ ସୋମବାର ବାଧ୍ୟ ହୋଇ ଗ୍ରାମବାସୀମାନେ ପଞ୍ଚାୟତ ସମ୍ମୁଖରେ ଧାରଣା ଦେଇଛନ୍ତି । ଏହିଭଳି ପଂଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ନେଇ ଆଗାମୀ ଦିନରେ ଯଦି ପ୍ରଶାସନ ପକ୍ଷରୁ କାର୍ୟ୍ୟାନୁଷ୍ଠାନ ନିଆ ନଯାଏ ଧାରଣା ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି । ସୁରକ୍ଷା ଦୃଷ୍ଟିରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି ।






