ଭଦ୍ରକ, (ବାଘୁଆବାର୍ତ୍ତା): ସାରା ରାଜ୍ୟରେ ଏବେ ଖୁବ ଚର୍ଚ୍ଚା ମମିତା ମେହେରଙ୍କ ମର୍ଡର ମିଷ୍ଟ୍ରି ମାମଲା । ରାଜ୍ୟରେ କଂଗ୍ରେସ ଓ ବିଜେପିର ରାଜନୈତିକ ମହଲରେ ମଧ୍ୟ ଏହି ସମ୍ବେଦନଶୀଳ ମାମଲାକୁ ନେଇ ଘୋର ନିନ୍ଦା କରିବା ସହିତ ଶାସକ ଦଳର ଅରାଜକତା ଶାସନକୁ ସାରା ରାଜ୍ୟରେ ଘୋର ବିରୋଧ କରାଯାଉଛି । ସୂଚନା ମୁତାବକ ଏହି ମାମଲାରେ ସମ୍ପୃକ୍ତ ଥିବା ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟସଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବି ବର୍ତ୍ତମାନ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି । ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲାର ଅନେକ ଛାମୁଆ ନେତୃତ୍ୱ ଙ୍କ ଜରିଆରେ ମନ୍ତ୍ରୀଙ୍କ ବହିଷ୍କାର ଓ ଗିରଫ ଦାବିରେ ଆଜି ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ୟ୍ୟାଳୟ ଘେରାଉ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କ ସମେତ ମହିଳା ମୋର୍ଚା ସଭାପତି ଓ ସମସ୍ତ ବ୍ଲକ ର କାର୍ୟ୍ୟକର୍ତା ଉପସ୍ଥିତ ଥିଲେ । ଯଦି ପୀଡ଼ିତାଙ୍କୁ ଉଚିତ ନ୍ୟୟ ନମିଳେ ତେବେ ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ ରାଜରାସ୍ତାକୁ ଓଲ୍ହାଇବ ବୋଲି କହିଚ୍ଛି ।






