Thursday, July 9, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୧୨ଦଫା ଦାବିନେଇ ଜିଲ୍ଲାପାଳ କାର୍ୟ୍ୟାଳୟ ଘେରିଲେ ଚାଷୀ

by ସଞ୍ଜୟ ସ୍ୱାଇଁ
October 11, 2021
in State
୧୨ଦଫା ଦାବିନେଇ ଜିଲ୍ଲାପାଳ କାର୍ୟ୍ୟାଳୟ ଘେରିଲେ ଚାଷୀ
47
VIEWS
Share on FacebookShare on Twitter

ବରଗଡ଼, (ବାଘୁଆବାର୍ତ୍ତା): କେତେବେଳେ ଅଦିନିଆ ବର୍ଷା ଓ ରୋଗପୋକ ଦାଉ ସାଧୁଛି ତ ଆଉ କେତେବେଳେ ମରୁଡି ଜନିତ ଚାଷ ନଷ୍ଟ ହେଉଛି । କେତେବେଳେ ବୀମା କମ୍ପାନୀର ଶୋଷଣର ଶିକାର ହେଉଛି ତ ଆଉ କେତେବେଳେ ବିଦ୍ୟୁତ ବିଲର କଷଣରେ କଷିହେଉଛି ଚାଷୀ । ଯାହାକୁ ନେଇ ନିଜର ହକ ଓ ଅଧିକାରର ଲଢେଇ ଲଢ଼ୁଛି ଚାଷୀ । ଏହାର ଉଦାହରଣ ବରଗଡ଼ ଜିଲାରେ ଦେଖିବାକୁ ମିଳିଛି ଆଜି । ବରଗଡ଼ ଜିଲ୍ଲା ଚାଷୀ ସଙ୍ଗଠନ ସମନ୍ୱୟ ସମିତି ପକ୍ଷରୁ ପ୍ରଧାନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୨ ଦଫା ଦାବିନେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛନ୍ତି ଚାଷୀ । ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ ଆଵଶ୍ୟକତା ଠାରୁ କମ ବର୍ଷା ହୋଇଥିବାରୁ ଜିଲ୍ଲାର ଅଣ ଜଳସେଚିତ ଅଞ୍ଚଳରେ ଚାଷ ନଷ୍ଟ ହୋଇଯାଇଥିବାରୁ ଉକ୍ତ ଅଣ ଜଳସେଚିତ ଅଞ୍ଚଳକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯାଉ ବୋଲି ସେମାନେ ଦାବି କରିଛନ୍ତି । କୃଷି ଋଣ ଛାଡ଼ ଓ ବିଦ୍ୟୁତ ବିଲ ଛାଡ଼ କରିବା ସହ ସ୍ୱାମୀନାଥନ କମିସନ ଆଧାରରେ ଧାନର ମୂଲ୍ୟ ନିର୍ଦ୍ଧାରଣ କରାଯାଉ ଓ ଜଳସେଚିତ ଅଞ୍ଚଳରେ ଅମଳ ହୋଇଥିବା ସମ୍ପୂର୍ଣ ଧାନ ସଂଗ୍ରହ କରାଯାଉ ପରି ମୋଟ ୧୨ ଦଫା ସମ୍ବଳିତ ଏକ ଦାବି ପତ୍ର ବରଗଡ଼ ଜିଲ୍ଲାପାଳଙ୍କ ଅନୁପସ୍ଥିରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ଚାଷୀ । ବରଗଡ଼ ଲୋକମଣ୍ଡପ ପଡ଼ିଆରୁ ପ୍ରାୟ ଶତାଧିକ ଚାଷୀ ଏକ ଶୋଭାଯାତ୍ରାରେ ବାହାରି ଗାନ୍ଧିଛକ ଦେଇ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ ।ସେଠାରେ ବିକ୍ଷୋଭ ପଦର୍ଶନ କରିବା ସହ ୧୨ଦଫା ଦାବି ଉପସ୍ଥାପନ କରିଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋଙ୍କୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଏହାର ପ୍ରତିକାର ଓ ସମାଧାନ ସରକାର ନକଲେ ଆଗକୁ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!