ବଲାଙ୍ଗୀର, (ବାଘୁଆବାର୍ତ୍ତା): ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ସଇଁତଲା ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟନାୟକ ଶନିବାର ଅପରାହ୍ନ ସମୟରେ ବଜାର ରେ ଥିବା ଦୁର୍ଗାମଣ୍ଡପ କୁ ତହସିଲଦାର ଙ୍କ ସହ ଯାଇ ସେଠି ଥିବା କିଛି ଦୁର୍ଗାପୂଜା କମିଟି ର ସଭ୍ୟ ତଥା ମହିଳା ଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗ ହୋଇଛି। ଏହା ବିରୋଧରେ ସ୍ଥାନୀୟ ବଣିକ ସଙ୍ଘ ତରଫରୁ ଥାନା ଆଗରେ ଧାରଣା ଦେବା ସହ ସହର ବନ୍ଦ ପାଳନ କରାଯାଇଛି । ସୂଚନା ଅନୁଯାୟୀ କୋଭିଡ କଟକଣାକୁ ନେଇ ନିୟମାନୁସାରେ ତହସିଲଦାର ଙ୍କ ସହ ଉକ୍ତ ଦୁର୍ଗା ମଣ୍ଡପ କୁ ଯାଇଥିଲେ । ହେଲେ ସେଠି ସାମାନ୍ୟ କିଛି କଥା କୁ ନେଇ ଯୁକ୍ତି, ତର୍କ କରାଯାଇଥିବା ବେଳେ କିଛି ମହିଳା ଙ୍କୁ ର ଥାନା ଅଧିକାରୀ ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାଏକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ତୁରନ୍ତ ଆବଶ୍ୟକ କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରି ସଇଁତଲା ବଣିକ ସଙ୍ଘ ତରଫରୁ ବନ୍ଦ ଡାକରା ଦିଆଯିବା ସହ ଏକ ରାଲିରେ କରାଯିବା ସହ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏ ନେଇ ପୋଲିସ ତରଫରୁ ଉକ୍ତ ମଣ୍ଡପରେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା କୁହାଯାଉଥିବା ବେଳେ ଏ ନେଇ ଉପଯୁକ୍ତ ତଦନ୍ତ ସହ କାର୍ୟ୍ୟନୁଷ୍ଠାନ ଗ୍ରହଣ ଦାବି ହୋଇଛି ।






