ରାଉରକେଲା, (ବାଘୁଆବାର୍ତ୍ତା): ବିବାହର ୧୫ ଦିନ ପରେ ସ୍ତ୍ରୀଙ୍କୁ ମାନସିକ ଓ ଶାରିରୀକ ନିର୍ୟାତନା ଅଭିଯୋଗ। ନ୍ୟାୟ ପାଇଁ ଧାରଣାରେ ବସିଲେ ପତ୍ନୀ ଓ ତାଙ୍କ ପରିବାର। ରାଉରକେଲା ପାନପୋଷ ଅଗ୍ନିଶମ ବିଭାଗରେ ଫାୟାର ମ୍ୟାନ ଭାବେ ନିୟୋଜିତ ଥିବା ସୁଶାନ୍ତ ସେଠଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କର ଦ୍ଵିତୀୟ ପତ୍ନୀ ଭାଗ୍ୟସିନ ସେଠୀ। ନ୍ୟାୟ ଦାବିରେ ଭାଗ୍ୟସିନ ଓ ତାଙ୍କ ବାପଘର ଲୋକେ ପାନପୋଷ ଅଗ୍ନିଶମ କାଯ୍ୟାଳୟରେ ଧାରଣାରେ ବସିଛନ୍ତି। ସୂଚନାନୁଯାୟୀ, ରାଉରକେଲା ପାନପୋଷ ଅଗ୍ନିଶମ ବିଭାଗରେ ଫାୟାର ମ୍ୟାନ ଭାବେ ନିୟୋଜିତ ଥିବା ସୁଶାନ୍ତ ସେଠ ତାଙ୍କ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ। ଏହାପରେ ସେ ଭାଗ୍ୟସିନ ସେଠୀ ସେଠୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ହେଲେ ବିବାହର ୧୫ ଦିନ ନପୂରୁଣୁ ସ୍ତ୍ରୀଙ୍କୁ ନିର୍ୟାତନା ଦେବା ଆରମ୍ଭ କରିଦେଇଥିଲେ ସୁଶାନ୍ତ। ପରେ ଭାଗ୍ୟସିନଙ୍କୁ ବାପ ଘରେ ଛାଡିଦେଇ ରାଉରକେଲା ନିଜ କର୍ମକ୍ଷେତ୍ରକୁ ଫେରି ଯାଇଥିଲେ ସୁଶାନ୍ତ। ହେଲେ ତାପରେ ସ୍ତ୍ରୀଙ୍କ ସହ ଆଉ ସମ୍ପର୍କ ନରଖିବାରୁ ଗତକାଲି ନ୍ୟାୟ ଦାବିରେ ପାନପୋଷ ଅଗ୍ନିଶମ କାର୍ୟ୍ୟାଳୟ ବାହାରେ ଧାରଣାରେ ବସିଛନ୍ତି ଭାଗ୍ୟସିନ ଓ ତାଙ୍କ ପରିବାର। ତେବେ କାର୍ୟ୍ୟାଳୟର ବରିଷ୍ଠ ଅଧିକାରୀ ବୁଝାସୁଝା କରିବା ପରେ ଧାରଣରୁ ଉଠି ପୀଡିତା ବରଗଡ଼ ଜିଲ୍ଲା ବିଜେପୁର ଥାନାର ଦ୍ଵାରସ୍ଥ ହୋଇଛନ୍ତି।






