Thursday, July 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶ୍ୟାମ ମେଟାଲିକ୍ସ କାରଖାନାରେ ଗୁଳି ମାଡ଼ ଘଟଣା

by ସଞ୍ଜୟ ସ୍ୱାଇଁ
October 1, 2021
in Crime, State
ଶ୍ୟାମ ମେଟାଲିକ୍ସ କାରଖାନାରେ ଗୁଳି ମାଡ଼ ଘଟଣା
72
VIEWS
Share on FacebookShare on Twitter

ସମ୍ବଲପୁର, (ବାଘୁଆବାର୍ତ୍ତା): ସମ୍ବଲପୁର ରେଙ୍ଗାଲିସ୍ଥିତ ଶ୍ୟାମ ମେଟାଲିକ୍ସ କାରଖାନାର ସିକ୍ୟୁରିଟି ଗାର୍ଡ ଗତକାଲି ଜଣେ ୧୮ ବର୍ଷୀୟ ଯୁବକଙ୍କୁ ଗୁଳି କରିଥିବା ବେଳେ ତାଙ୍କ ମୃତ୍ୟୁ ହୋଇଛି। ଯୁବକଜଣକ ପାଚେରି ଡେଇଁବାକୁ ଉଦ୍ୟମ କରୁଥିବା ବେଳେ ଗୁଳି ଚଳାଇଥିବା ସିକ୍ୟୁରିଟି ଗାର୍ଡ କହୁଥିବା ବେଳେ ପରିବାର ଲୋକେ କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି। ସୁରକ୍ଷାକର୍ମୀଙ୍କ ବନ୍ଧୁକ ଜବତ ସହ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌। ଏହି ଘଟଣାକୁ ନେଇ ବିବାଦ ଘନେଇବାରେ ଲାଗିଛି। ମୃତକଙ୍କ ଘର ଝାରସୁଗୁଡ଼ାରେ ହୋଇଥିବା ବେଳେ ସେ ନିଜ ମାଉସୀ ଘରକୁ ବୁଲି ଆସିଥିବା ବେଳେ ଏହି ଅଘଟଣ ଘଟିଛି। ମୃତକଙ୍କ ବାପା ଶଯ୍ୟାଶାୟୀ ଥିବା ବେଳେ ଘରେ ମା’ ଓ ୨ ଭାଇ, ଭଉଣୀ। ଅଛନ୍ତି। ସମସ୍ତେ ଛୋଟ ଥିବା ବେଳେ ମୃତ ଯୁବକ ହିଁ ପରିବାରର ଏକମାତ୍ର ରୋଜଗାରିଆ ଥିଲେ। ତେଣୁ ତାଙ୍କ ମୃତ୍ୟୁ ପରେ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପରିବାର ଲୋକ ଦାବି କରିଛନ୍ତି। ଏନେଇ ଏସଡିପିଓ ସମ୍ବଲପୁର କହିଛନ୍ତି, ଏହି ଅଭିଯୋଗ ଉପରେ ରେଙ୍ଗାଳି ଥାନାରେ ଏକ କେସ୍‌ ହୋଇଛି। ଜଣଙ୍କୁ ଅଟକ ରଖି ତଦନ୍ତ କରୁଛୁ। କିଛି ଲୋକ ପାଚେରୀ ଡେଇଁ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ଏହାକୁ ସିକ୍ୟୁରିଟି ଗାର୍ଡ ବିରୋଧ କରିଥିବା ବେଳେ ଗୁଳି ଚଳାଇଥିଲେ। ଗୁଳି ଜଣେ ଯୁବକଙ୍କ ଗୋଡ଼ରେ ବାଜିଥିବା ବେଳେ ସେ ସେଠାରୁ ପଳାଇଥିଲେ। ପରିବାର ଲୋକ ତାଙ୍କୁ ମେଡିକାଲ ନେଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ଲୋକ କ୍ଷତିପୂରଣ ଦାବି କରିଛନ୍ତି। କମ୍ପାନୀ ପକ୍ଷରୁ ମଧ୍ୟ ଏକ ପାଲଟା କେସ୍‌ କରାଯାଇଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!