ଓଡ଼ଗାଁ,(ବାଘୁଆବାର୍ତ୍ତା): ଗତକାଲି କୋମଣ୍ଡ ମହିଳା ମହାବିଦ୍ୟାଳୟ ପଛପାଖରେ ଥିବା ଗଭୀର ମାଙ୍କଡ଼ାଖଣିରେ ପଡି କୋମଣ୍ଡ ଗ୍ରାମରମଙ୍ଗୁଳୁ ନାହାକ (୫୫)ଙ୍କର ମୃତ୍ୟୁ ଘଟିଥିଲା । ଗତକାଲି ସକାଳେ ମଙ୍ଗୁଳୁ ନିଜର ଆମ୍ଭତୋଟାକୁ ସାଇକେଲ ମାଧ୍ୟମରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଖଣି ମଧ୍ୟରେପଡିଥଲେ ।ଯାହା ଫଳରେ ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁବରଣ ହୋଇଥିଲା ଏବଂ ଶବ ବ୍ୟବଚ୍ଛେଦ ମଧ୍ୟ ହୋଇଥିଲା । ଖଣିମାଲିକ ଏବଂ ଗ୍ରାମବାସୀଙ୍କ କ୍ଷତିଗ୍ରସ୍ତ ପରିବାରଙ୍କୁ ୯୦ ହଜାର ଦେବାକୁ ନିଷ୍ପତି ହୋଇଥିଲା ।ହେଲେ ଖଣିମାଲିକ ନିଜର ବୁଦ୍ଧିର ପ୍ରୟୋଗ କରି ପରବର୍ତ୍ତୀ ମୁହୂର୍ତ୍ତରେ ଏହି ଟଙ୍କା ଦେବାକୁ ଓହରି ଯିବାରୁ କୋମଣ୍ଡ ହରିଜନ ସାହିର ସମସ୍ତ ସାହି ବାସିନ୍ଦା ରାସ୍ତା ମଝିରେ ସକାଳ ୬ଟାରୁ ଶବ ରଖି ରାସ୍ତାରୋକ କରିଛନ୍ତି । ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା କ୍ଷତିପୁରଣ ସହ ସମ୍ପୂର୍ଣ୍ଣ କୋମଣ୍ଡ ଅଞ୍ଚଳରେ ଖଣି କାର୍ଯ୍ୟକଳାପ ବନ୍ଦ କରିବା ଦିବାରେ ରାସ୍ତାରୋକ କରାଯାଇଥିବା ସଭାପତି ନିରଞ୍ଜନ ନାୟକ ସୂଚନା ଦେଇଛନ୍ତି ।
ରାସ୍ତାରୋକ ହେବା ଫଳରେ ଦେଢ଼ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଭଞ୍ଜନଗର – ଭୁବନେଶ୍ୱର ରାଜ୍ୟ ରାଜପଥ ୨୧ ନଂ ସମ୍ପୁର୍ଣ୍ଣ ବନ୍ଦ ହେବା ସହ ଯୋଗାଯୋଗ ଏବଂ ପରିବହନ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଥିଲା ।ଖବର ଲେଖାହେବା ସୁଦ୍ଧା ରାସ୍ତାରୋକ ଜାରି ରହିଥିବା ସୂଚନା ମିଳିଅଛି ।






