ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଶିଶୁ ସୁରକ୍ଷା ବିଭାଗ ଅଧିନସ୍ଥ ଚାଇଲ୍ଡ ହେଲ୍ପ ଲାଇନ, ସିଡିପିଓ ଓ ପୁଲିସ ଟିମ ମିଳିତ ଚଢ଼ାଉ କର ୨ଟି ବାଲ୍ୟ ବିବାହକୁ ରୋକିଛନ୍ତି । ସେଥିମଧ୍ୟରୁ ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ନାବାଳିକାଙ୍କୁ ବିବାହ ପାଇଁ ସ୍ଥିର ହୋଇଥିଲା । ସେହିଭଳି ଭାବେ ଓଡ଼ଗାଁ ଅଞ୍ଚଳର ଜଣେ ନାବାଳିକଙ୍କୁ ବିବାହ କରାଇବା ପାଇଁ ନୂଆଗାଁ ଥାନା ଥୁଆବାରୀ ଗ୍ରାମରେ ରଖାଯାଇଥିଲା । ୨ ନାବାଳିକାକୁ ଉଦ୍ଧାର କରାଯାଇ ସିଡବ୍ଲ୍ୟୁସିରେ ହାଜର କରାଯାଇଛି । ସେଠାରୁ ନାବାଳିକା ଦୁଇ ଜଣଙ୍କୁ ସଖି କେନ୍ଦ୍ରରେ ରଖାଯାଇଛି । ଏହି ଚଢ଼ାଉରେ ଚାଲଡ୍ଡ ହେଲ୍ପ ଲାଇନ ସଦସ୍ୟ ଅଳକା ପାହାଡା ସିଂ, ଗୌରବ ରାଉତ, ସିଡିପିଓ ଓ ପୁଲିସ ସାମିଲ ହୋଇଥିବା ସୂଚନା ମିଳିଛି ।