Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୨୦୨୪ରେ ୨୪ କୋଟିରୁ ଅଧିକ ପିଲାଙ୍କ ଶିକ୍ଷା ବାଧାପ୍ରାପ୍ତ

by ସଞ୍ଜୟ ସ୍ୱାଇଁ
January 25, 2025
in NATIONAL NEWS, State
୨୦୨୪ରେ ୨୪ କୋଟିରୁ ଅଧିକ ପିଲାଙ୍କ ଶିକ୍ଷା ବାଧାପ୍ରାପ୍ତ
80
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ତାପମାତ୍ରା ବୃଦ୍ଧି, ବାୟୁ ପ୍ରଦୂଷଣ ସମେତ ଜଳବାୟୁ ପରିବର୍ତ୍ତନ ସହ ଜଡ଼ିତ ବିପର୍ଯ୍ୟୟ ଯୋଗୁ ଭାରତରେ ଭୟଙ୍କର ଭାବେ ପ୍ରଭାବିତ ହେଉଛି ଶିଶୁଙ୍କ ସ୍ୱାସ୍ଥ୍ୟ ଏବଂ ଶିକ୍ଷା । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ କେବଳ ୨୦୨୪ରେ ଭାରତରେ ପ୍ରାୟ ୫ କୋଟି ୪୮ ଲକ୍ଷ ପିଲା ପ୍ରଭାବିତ ହୋଇଥିବା ୟୁନିସେଫ୍ ପକ୍ଷରୁ ଶୁକ୍ରବାର ରିପୋର୍ଟ ପ୍ରକାଶ ପାଇଛି । ଜଳବାୟୁ ପରିବର୍ତ୍ତନ କାରଣରୁ ବନ୍ୟା, ବାତ୍ୟା, ଭୂସ୍ଖଳନ ଭଳି ବିପର୍ଯ୍ୟୟ କେବଳ ପିଲାଙ୍କ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇନାହିଁ ବରଂ ଦେଶର ବହୁସଂଖ୍ୟାରେ ସ୍କୁଲ କ୍ଷତିଗ୍ରସ୍ତ ହେବା ଯୋଗୁ ଶିକ୍ଷାଦାନ ବ୍ୟବସ୍ଥା ମଧ୍ୟ ବାଧାପ୍ରାପ୍ତ ହୋଇଥିବା ଏଥିରେ କୁହାଯାଇଛି । କେବଳ ଭାରତ ନୁହେଁ ଗତବର୍ଷ ୮୫ ଦେଶରେ ଅନ୍ୟୁନ ୨୪୨ ମିଲିୟନ ବା ପ୍ରାୟ ୨୪ କୋଟି ୨୦ ଲକ୍ଷ ପିଲାଙ୍କ ଶିକ୍ଷା ଏଭଳି ବିପର୍ଯ୍ୟୟ ଯୋଗୁ ପ୍ରଭାବିତ ହୋଇଛି । ଅର୍ଥାତ ୨୦୨୪ରେ ଦୁନିଆରେ ପ୍ରତି ୭ ଜଣରୁ ଜଣେ ସ୍କୁଲ ଯାଉଥିବା ଶିଶୁ କୌଣସି ପ୍ରକାରର ଜଳବାୟୁ ପରିବର୍ତ୍ତନ ଜନିତ ବିପଦ କାରଣରୁ ସ୍କୁଲ ଯାଇପାରିନାହାନ୍ତି । କେତେକ ଦେଶରେ ବିପର୍ଯ୍ୟୟ କାରଣରୁ ଶହ ଶହ ସ୍କୁଲ ଭାଙ୍ଗିରୁଜି ଯାଇଛି । ବର୍ଷର ଶେଷ ଆଡ଼କୁ ଇଟାଲୀରେ ମୂଷଳଧାରାରେ ବର୍ଷା ଏବଂ ବନ୍ୟା ୯ ଲକ୍ଷରୁ ଅଧିକ ପିଲାଙ୍କ ପାଠପଢ଼ାରେ ବାଧା ସୃଷ୍ଟି କରିଥିଲା । ସ୍ପେନ୍‌ରେ ବିନାଶକାରୀ ବନ୍ୟା ପରେ ହଜାର ହଜାର ପିଲା ଉପର ଶ୍ରେଣୀକୁ ଯାଇପାରିନାହାନ୍ତି । ଦକ୍ଷିଣ ୟୁରୋପ ଭୟଙ୍କର ବନ୍ୟାର ସାମ୍‌ନା କରିଥିଲା । ଏସିଆ ଏବଂ ଆଫ୍ରିକାରେ ଏକାଧିକ ବାତ୍ୟା, ବନ୍ୟା ସହ ଗ୍ରୀଷ୍ମପ୍ରବାହ ସ୍କୁଲ ବନ୍ଦ କରାଯିବା ପଛର ପ୍ରମୁଖ କାରଣ ହୋଇଥିଲା । ୨୦୨୪ ଅଦ୍ୟାବଧି ପୃଥିବୀର ସର୍ବାଧିକ ଉତ୍ତପ୍ତ ବର୍ଷ ଭାବେ ରେକର୍ଡ କରିଛି । ୟୁନିସେଫ ଆହୁରି କହିଛି ଯେ, କେବଳ ଏପ୍ରିଲ ମାସରେ ୧୧୮ ନିୟୁତ ବା ପ୍ରାୟ ୧୧ କୋଟି ୮୦ ଲକ୍ଷରୁ ଊଦ୍ଧ୍ୱର୍ ପିଲାଙ୍କ ପାଠପଢ଼ା ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!