Tuesday, May 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାଙ୍ଗିବ ଗରିବଙ୍କ ଘର ସ୍ବପ୍ନ, ଅନୁଦାନ ୩୪୮୫ କୋଟି ହ୍ରାସ

by ସଞ୍ଜୟ ସ୍ୱାଇଁ
May 26, 2025
in Feature News
ଭାଙ୍ଗିବ ଗରିବଙ୍କ ଘର ସ୍ବପ୍ନ, ଅନୁଦାନ ୩୪୮୫ କୋଟି ହ୍ରାସ
128
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜ୍ୟରେ କେହି ଜଣେ ବି ଲୋକ କଚ୍ଚା ଘରେ ରହିବେ ନାହିଁ ଓ ବର୍ଷକ ମଧ୍ୟରେ ସବୁ କଚ୍ଚାଘର ପକ୍କା କରାଯିବ ବୋଲି ନିର୍ବାଚନ ସମୟରେ ବିଜେପି ନେତାମାନେ ଦେଇଥିବା ପ୍ରତିଶ୍ରୁତି ଏବେ ପ୍ରତାରଣାରେ ପରିଣତ ହୋଇଛି। ରାଜ୍ୟର ଲକ୍ଷଲକ୍ଷ ଗରିବ ଲୋକଙ୍କ ମୁଣ୍ଡ ଉପରେ ଛାତ ନାହିଁ; ଫନି ପ୍ରଭାବିତ ଉପକୂଳ ଓଡ଼ିଶାର ହଜାର ହଜାର ପରିବାର ଏବେ ବି ପକ୍କା ଘରପାଇଁ ଆଶା ବାନ୍ଧି ବସିଛନ୍ତି। ଏହି ସମୟରେ ଡ଼ବଲ ଇଞ୍ଜିନ୍ ସରକାର ଓଡ଼ିଶାବାସୀଙ୍କୁ କରିଥିବା ପ୍ରତାରଣାର ଆଉ ଏକ ଛବି ପଦାକୁ ଆସିଛି। ଡ଼ବଲ ଇଞ୍ଜିନ୍ ସରକାର ରାଜ୍ୟ ପାଇଁ ଡ଼ବଲ ଅନୁଦାନ ଆଣିବା ପରିବର୍ତ୍ତେ ଡବଲ ପ୍ରତାରଣା ଦେଇଥିବା ଅଭିଯୋଗ ହୋଇଛି। ବିଶେଷକରି ଗ୍ରାମୀଣ ଓ ସହରାଞ୍ଚଳ ଗୃହ ନିର୍ମାଣ କ୍ଷେତ୍ରରେ ଓଡ଼ିଶାବାସୀ ସମ୍ପୂର୍ଣ୍ଣ ପ୍ରତାରିତ ହୋଇଛନ୍ତି। ତତ୍କାଳୀନ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ଓଡ଼ିଶା କେନ୍ଦ୍ରରୁ ଯେତିକି ଅନୁଦାନ ପାଇଥିଲା, ଏବେ ବିଜେପି ସରକାର ତାହାର ଏକ ଚତୁର୍ଥାଂଶରୁ କମ୍ ଅନୁଦାନ ଆଣିବାକୁ ସକ୍ଷମ ହୋଇଛନ୍ତି। ଗୋଟିଏ ବର୍ଷରେ ରାଜ୍ୟ ସରକାର କେବଳ ‘ଆବାସ’ ଯୋଜନାରେ ୩୪୮୫ କୋଟି ଟଙ୍କା କମ୍ ଅନୁଦାନ ପାଇଛି। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରାଜ୍ୟର ଗରିବ ଲୋକମାନଙ୍କୁ ଘର ଯୋଗାଇ ଦିଆଯାଇଥାଏ। ଏଥିପାଇଁ କେନ୍ଦ୍ର ସରକାରଙ୍କ ଅନୁଦାନ ଯୋଗାଇ ଦିଅନ୍ତି ଓ ରାଜ୍ୟ ସରକାର ନିଜ ଅଂଶ ପ୍ରଦାନ କରି ଲୋକଙ୍କୁ ଘର ପ୍ରଦାନ କରିଥାଆନ୍ତି। ତତ୍କାଳୀନ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ୨୦୨୩-୨୪ ଆର୍ଥିକ ବର୍ଷରେ ଓଡ଼ିଶା କେନ୍ଦ୍ରରୁ ୪୩୧୦ କୋଟି ଟଙ୍କା ଅନୁଦାନ ପାଇଥିଲା। ମାତ୍ର ବିଜେପି ସରକାର ଗଠନ ପରେ ୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଅନୁଦାନ ୮୨୫ କୋଟି ଟଙ୍କାକୁ ହ୍ରାସ ପାଇଛି। ଯାହା କି ପୂର୍ବବର୍ଷର ଅନୁଦାନର ୨୫ ପ୍ରତିଶତରୁ କମ୍ ବୋଲି କୁହାଯାଉଛି। ଏକପକ୍ଷରେ ପୂର୍ବ ସରକାରଙ୍କ ଦ୍ୱାରା ପ୍ରଚଳିତ ବିଜୁ ପକ୍କା ଘର ଯୋଜନାକୁ ବନ୍ଦ କରି ଦିଆଯାଇଥିବାବେଳେ କେନ୍ଦ୍ରୀୟ ଅନୁଦାନ ହ୍ରାସ ଯୋଗୁଁ ପ୍ରଧାନମନ୍ତ୍ରୀ ଆବାସ ମଧ୍ୟ ଯୋଗାଇ ଦିଆଯାଇ ପାରୁନାହିଁ। ଫଳରେ ଗ୍ରାମାଞ୍ଚଳର ବହୁ ଗରିବ ଲୋକମାନେ ଏବେ ବି ପକ୍କାଘର ପାଇଁ ସରକାରଙ୍କ ଦୟାକୁ ଚାହିଁଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଗରିବ ଲୋକ ଓ ଫନି ପ୍ରଭାବିତ କ୍ଷତିଗ୍ରସ୍ତମାନେ ମଧ୍ୟ ‘ଆବାସ’କୁ ଚାହିଁ ଚାହିଁ ନିରାଶ ହୋଇଛନ୍ତି । କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ନୁହେଁ, ଏହି ଯୋଜନାରେ ସହରାଞ୍ଚଳର ଗରିବମାନେ ମଧ୍ୟ ପ୍ରଭାବିତ ହୋଇଛନ୍ତି। ଗତ ଆର୍ଥିକ ବର୍ଷରେ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ (ସହରୀ) ଯୋଜନାରେ ମାତ୍ର ୭୩ ଲକ୍ଷ ଟଙ୍କା ମିଳିଛି। ବିଜେଡି ସରକାରଙ୍କ ଶେଷ ବର୍ଷରେ ଏହି ଯୋଜନାରେ ଓଡ଼ିଶା ୨୯୬ କୋଟି ଟଙ୍କା ଅନୁଦାନ ପାଇଥିଲା, ମାତ୍ର ବିଜେପି ସରକାରଙ୍କ ପ୍ରଥମବର୍ଷରେ ମାତ୍ର ୭୩ ଲକ୍ଷ ଟଙ୍କା କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତି ଡ଼ବଲ ଇଞ୍ଜିନ୍ ସରକାରଙ୍କ ବିକାଶ ଆନ୍ତରିକତାକୁ ସ୍ପଷ୍ଟ କରିଦେଇଛି । ସମ୍ପ୍ରତି ରାଜ୍ୟ ସରକାର ଅନ୍ତ୍ୟୋଦୟ ଗୃହ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓ ଆଗାମୀ ୩ ବର୍ଷ ମଧ୍ୟରେ ଏହି ଯୋଜନାରେ ୧ ଲକ୍ଷ ଗୃହ ନିର୍ମାଣ କରାଯିବ ବୋଲି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି । ଏଥିପାଇଁ ଚଳିତ ବର୍ଷ ବଜେଟ୍ରେ ମଧ୍ୟ ୨୬୦୦ କୋଟି ଟଙ୍କା ବରାଦ କରାଯାଇଛି । ମାତ୍ର ବିଡ଼ମ୍ବନା ହେଉଛି ଏହି ଗୃହକୁ ନେଇ ଗ୍ରାମାଞ୍ଚଳରେ ରାଜନୀତି ଆରମ୍ଭ ହୋଇଛି । ଶାସକ ଦଳର ବିଧାୟକଙ୍କ ସୁପାରିସ ନ ହେଲେ ଏହି ଗୃହ ମିଳିବ ନାହିଁ ବୋଲି ସରକାରୀ ଅଧିକାରୀମାନେ ସଫାସଫା ମନା କରି ଦେଉଛନ୍ତି । ଏକ ପକ୍ଷରେ କେନ୍ଦ୍ରୀୟ ଅନୁଦାନ ହ୍ରାସ ଓ ଅନ୍ୟପକ୍ଷରେ ଶାସକ ଦଳର ଅନ୍ତ୍ୟୋଦୟ ରାଜନୀତି ରାଜ୍ୟର ଗୃହହୀନ ଗରିବ ଲୋକମାନଙ୍କ ପାଇଁ ସମସ୍ୟାରେ ପରିଣତ ହୋଇଛି ।

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026
ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

ରେଳ ସମସ୍ୟାକୁ ନେଇ ନୟାଗଡ଼ ଟାଉନ ଷ୍ଟେସନରେ ତୀବ୍ର ଉତ୍ତେଜନା:ରେଳରୋକ ଉଦ୍ୟମ ପଣ୍ଡ

May 24, 2026
ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

ବଦଳିଲେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ

May 24, 2026
ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

ବିଦ୍ୟୁତ୍ କାଟକୁ ନେଇ ବିଜେଡି ସାମ୍ବାଦିକ ସମ୍ମିଳନୀ:୨୫ରେ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ

May 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!