ଭୁବନେଶ୍ୱର,(ବାଘୁଆବାର୍ତ୍ତା): ମଦ କ’ଣ ବା ନକରି ପାରେ । ଏହାର ଜ୍ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଇନ୍ଦୋର ସହରରେ । ଯେଉଁଠି କି ମଦ ସେବନ କରି ମାତାଲ ହେବାରୁ କୋଟିପତି ପରିବାରରୁ ବିଦାୟ ହେଲେ । ଜୀବନ ବଞ୍ଚାଇବାକୁ ଯାଇ ରାସ୍ତା ଘାଟରେ ଭିକ ମାଗୁଥିଲେ । ସୂଚନାନୁସାରେ, ମଧ୍ୟପ୍ରଦେଶ ଇନ୍ଦୋର ସହରରେ ରମେଶ ଯାଦବ ନାମକ ଜଣେ ବ୍ୟକ୍ତି କୋଟିଏ ଟଙ୍କାର ଧନ ସଂପତ୍ତିର ମାଲିକ । ସେ ଅଧିକ ମଦ୍ୟପାନ କରୁଥିବାରୁ ପରିବାର ଲୋକ ରମେଶଙ୍କୁ ପ୍ରତ୍ୟାଖାନ କରିଥିଲେ । ତେବେ ତାଙ୍କର କୌଣସି ଆୟର ଉତ୍ସ ନଥିବା ବେଳେ ରାସ୍ତାଘାଟରେ ଭିକ ମାଗି ମଦ ସେବନ କରୁଥିଲେ । ଭିକମାଗୁଥିବା ଦେଖି ଏକ ଏନଜିଓ ସଂସ୍ଥା ତାଙ୍କୁ ନେଇଥିଲା । ଏନଜିଓ ସଂସ୍ଥା ରମେଶଙ୍କ ବିଷୟରେ ବୁଝି ତାଙ୍କ ପରିବାରକୁ ଯାଇ ଭେଟିଥିଲେ । ତେବେ ପରିବାର ଲୋକ ସିଧା ସିଧା କହିଥିଲେ ଯଦି ମଦ ଛାଡିବେ ତା’ହେଲେ ଘରକୁ ଆସିବାକୁ ଅନୁମତି ମିଳିବ, ନହେଲେ ନାହିଁ । ଦିନରାତି ମଦରେ ବୁଡି ରହୁଥିବା ଭିକମାଗି ପସ୍ତାଇ ଅନୁତାପ କରିବାରୁ ମଦ ଛାଡି ଘରକୁ ଯିବାକୁ ଏନଜିଓ ସଂସ୍ଥାକୁ ଜଣାଇଥିବା ସୂଚନା ମିଳିଛି ।






