Friday, April 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମହିପୁରୁ ଠାରୁ ବାହାଡ଼ା ଝୋଲା ରାସ୍ତା କାମରେ ବିଳମ୍ଵ ହେତୁ ଶଗଡ଼ ଥୋଇ ଗ୍ରାମବାସୀଙ୍କ ପ୍ରତିବାଦ

by ସଞ୍ଜୟ ସ୍ୱାଇଁ
May 28, 2025
in State
ମହିପୁରୁ ଠାରୁ ବାହାଡ଼ା ଝୋଲା ରାସ୍ତା କାମରେ ବିଳମ୍ଵ ହେତୁ ଶଗଡ଼ ଥୋଇ ଗ୍ରାମବାସୀଙ୍କ ପ୍ରତିବାଦ
127
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ୫୭ନଂ ଜାତୀୟ ରାଜପଥ ମହିପୁରୁ ଠାରୁ ବାହାଡ଼ା ଝୋଲା ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତୀକରଣ କାମରେ ଅହେତୁକ ବିଳମ୍ଵ। ତିନି ବର୍ଷ ତଳେ କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ଏପର୍ଯ୍ୟନ୍ତ ସରୁନି। ବାରମ୍ଵାର ଅଭିଯୋଗ ସତ୍ତ୍ଵେ ରାସ୍ତା କାମ ଆଗୋଉନି। ପ୍ରତିଶୃତି ପାଲଟିଛି ପାଣିର ଗାର। ତୁରନ୍ତ ରାସ୍ତା ନିର୍ମାଣ ଦାବିରେ ବୁଧବାର ପୁଣି ଥରେ ରାସ୍ତାକୁ ଓହ୍ଲାଇଲେ ଗାତେରୀ ଗ୍ରାମବାସୀ। ରାସ୍ତାରେ ଶଗଡ଼ ଥୋଇ କଲେ ପ୍ରତିବାଦ। ସୂଚନା ଥାଉକି, ରାସ୍ତା ନିର୍ମାଣ ଦାବିରେ ଗତ ୨୧ ତାରିଖରେ ଗାତେରୀ ଗ୍ରାମବାସୀ ରାସ୍ତାରୋକ କରିଥିଲେ। ପୂର୍ତ୍ତ ବିଭାଗ ଜେଇ ଦୁଇଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ରାସ୍ତା କାମରେ ବିଳମ୍ବ ହେବାରୁ ଆଜି ପୁଣି ଥରେ ଗ୍ରାମବାସୀ ରାସ୍ତାରେ ଶଗଡ଼ ଥୋଇ ପ୍ରତିବାଦ କରିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ମହିପୁରୁ ପୋଲିସ ଅତିରିକ୍ତ ତହସିଲଦାର ଓ ପୂର୍ତ୍ତ ବିଭାଗ ଜେଇ ଉପସ୍ଥିତ ରହିଛନ୍ତି। ରାସ୍ତାରୋକ ଜାରି ରହିଛି। ପୂର୍ତ୍ତ ବିଭାଗ ଜେଇଙ୍କୁ ପଚାରିବାରୁ ବର୍ଷା ଯୋଗୁଁ ପିଚୁ ପଡ଼ିପାରୁ ନଥିବା କହିଛନ୍ତି।

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

ମେ ୯ରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ

April 24, 2026
ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

ପୁରୁଣା ଗାଡ଼ି ଚୋରୀ ମାମଲା:ଫେରାର ଆସାମୀ ଗିରଫ

April 24, 2026
ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

ଜିଲ୍ଲା ସ୍ତରୀୟ କର୍ମଶାଳା: “ଆସ ଜାଣିବା ଆମ ବଜେଟ”

April 24, 2026
ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

ନୟାଗଡ଼ ପୌର ପରିଷଦ ଅଞ୍ଚଳରେ ଚାଲିଛି ଗୃହ ଗଣନା

April 23, 2026
ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ:ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବିଜେଡ଼ି ଟିମ:ଜୋର୍ ଧରିଲା ଏସଡିପିଓଙ୍କ ଗିରଫ୍ ଦାବି

April 23, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!