ଚଣ୍ଡିଖୋଲ, (ବାଘୁଆବାର୍ତ୍ତା): କର୍ମଚାରୀଙ୍କ ବଦଳି ଦାବିରେ ଗଣଧାରଣା । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ସମ୍ମୁଖରେ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଛନ୍ତି । ସଂଘ କର୍ମକର୍ତ୍ତା ପ୍ରତି କରାଯାଇଥିବା ଅନ୍ୟାୟ ଓ ବଦଳି ଆଦେଶକୁ ବାତିଲ ପ୍ରତିବାଦରେ ଗଣଧାରଣା । ଖବର ଅନୁଯାୟୀ, ସୁକିନ୍ଦା ଗ୍ରାମ୍ୟ ଜଳ ଯୋଗାଣ ଅଫିସରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବଦଳି କରାଯାଇଛି । ଯାହାର ପ୍ରତିବାଦରେ ଯାଜପୁର ଶାଖାର କର୍ମଚାରୀମାନେ ଏକତ୍ରିତ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ଦେଇଛନ୍ତି । ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କର ବିଭିନ୍ନ ନେଇ ଚାଲିଛି ଧାରଣା । କର୍ମଚାରୀଙ୍କ ବଦଳି ଆଦେଶକୁ ତୁରନ୍ତ ପ୍ରତ୍ୟାହାର କରିବା ସହ ସେମାନଙ୍କ ସମସ୍ୟାର ସମାଧାନ ଦାବିରେ ଧାରଣା ଦିଆଯାଇଛି । ଆଗାମୀ ଦିନରେ ଯଦି ସମସ୍ତ ଦାବି ପୂରଣ ନହୁଏ, ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।






