କେନ୍ଦ୍ରାପଡ଼ା, (ବାଘୁଆବାର୍ତ୍ତା): ୩ ବର୍ଷ ପୁରୁଣା ଏକ ମାମଲାରେ ପୁଲିସ୍କୁ ଚମକା ଦେଇ ଫେରାର ଥିବା ଗ୍ୟାଙ୍ଗଷ୍ଟର ଟିଟୋର ଦୁଇ ସହଯୋଗୀ ଏସଟିଏଫ ଜାଲରେ । ସେମାନଙ୍କୁ ବାନ୍ଧିଲା ଏସ୍ଟିଏଫ୍ । ଗିରଫ ଦୁଇ ଜଣ ହେଉଛନ୍ତି ସଦ୍ଦାମ ଓରଫ ସୟଦ ସଦ୍ଦାମ ଅଲ୍ଲୀ ଏବଂ ସୟଦ ଜାହେଦ ଅଲ୍ଲୀ । ସେମାନେ ୨ ଭାଇ ବୋଲି ଜଣାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଗୋପ ଛକ ନିକଟରେ ୨୦୧୮ ମସିହାରେ ଘଟିଥିବା ଏକ ଜମିଜମା ଗଣ୍ଡଗୋଳରେ ଉଭୟ ଧମକ ଦେବା ସହ ଲୋକଙ୍କୁ ଭୟଭୀତ କରୁଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଗ୍ୟାଙ୍ଗଷ୍ଟର ଟିଟୋ ସମେତ ୨୨ ଜଣଙ୍କ ନାଁରେ ଏସ୍ଟିଏଫ୍ରେ ମାମଲା ରୁଜୁ ହୋଇଥିଲା । ପରେ ୩ ବର୍ଷ ହେଲା ଉଭୟ ଫେରାର ହୋଇଯାଇଥିଲେ । ପୂର୍ବରୁ ୮ଜଣଙ୍କୁ ଗିରଫ ହୋଇଥିବାବେଳେ ଫେରାର ଏହି ଦୁଇ ଭାଇଙ୍କୁ ଗିରଫ କରିଛିଏ ସ୍ଟିଏଫ ଓ ଟାଉନ ପୁଲିସ୍। ଉଭୟଙ୍କୁ ଗିରଫ ପରେ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଂଜୁର ପରେ ଉଭୟଙ୍କୁ କେନ୍ଦ୍ରାପଡ଼ା ଜେଲକୁ ପଠାଇ ଦିଆଯାଇଛି।






