Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜଭବନରେ ରାଜ୍ୟପାଳଙ୍କ ପ୍ରତିମୂର୍ତ୍ତି

by ସଞ୍ଜୟ ସ୍ୱାଇଁ
November 24, 2024
in NATIONAL NEWS
ରାଜଭବନରେ ରାଜ୍ୟପାଳଙ୍କ ପ୍ରତିମୂର୍ତ୍ତି
200
VIEWS
Share on FacebookShare on Twitter

ପଶ୍ଚିମବଙ୍ଗ, (ବାଘୁଆବାର୍ତ୍ତା): ରାଜଭବନରେ ରାଜ୍ୟପାଳଙ୍କ ପ୍ରତିମୂର୍ତ୍ତି । ସେ ପୁଣି ଦାୟିତ୍ବରେ ଥିବା ଅବସ୍ଥାରେ । ଏପରି ବିଚିତ୍ର ଘଟଣା ଘଟିଛି ପଶ୍ଚିମବଙ୍ଗ ରାଜଭବନରେ । ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ରାଜଭବନରେ ନିଜର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଉନ୍ମୋଚନ କରିଛନ୍ତି ପ୍ରତିମୂର୍ତ୍ତି । ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ସେ ବୃକ୍ଷରୋପଣ କରିବା ସହ ଏକ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ରାଜ୍ୟପାଳ ପରି ଏକ ସାମ୍ବିଧାନିକ ପଦବୀରେ ଥିବା ସତ୍ତ୍ବେ କିପରି ସେ ରାଜଭବନ ପରିସରରେ ଏହି ପ୍ରତିମୂର୍ତ୍ତି ପ୍ରତିଷ୍ଠା କଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପ୍ରତିମୂର୍ତ୍ତି ଉନ୍ମୋଚନର ଭିଡିଓ ଭାଇରାଲ ହେଉଥିବାବେଳେ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଛି । ସୂଚନା ଅନୁସାରେ ରାଜ୍ୟପାଳଙ୍କ ପ୍ରତିମୂର୍ତ୍ତିକୁ ସ୍ଥପତି ପାର୍ଥ ଶାହ ଉପହାର ଦେଇଥିଲେ । କୋଲକାତାସ୍ଥିତ ଭାରତୀୟ ସଂଗ୍ରହାଳୟ ସହ ଜଡିତ ଅଛନ୍ତି ପାର୍ଥ । ଏହି ପ୍ରତିମୂର୍ତ୍ତିଟି ଫାଇବରରେ ନିର୍ମିତ ହୋଇଛି । ରାଜ୍ୟପାଳ ଦପ୍ତର ପକ୍ଷରୁ କୁହାଯାଇଛି ପ୍ରତିମୂର୍ତ୍ତିକୁ ରାଜ୍ୟପାଳଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇନାହିଁ । ଏହାକୁ ଭାରତୀୟ ସଂଗ୍ରହାଳୟର ଜଣେ ସ୍ଥପତି ଉପହାର ଦେଇଛନ୍ତି । ଏହି ପ୍ରସଙ୍ଗକୁ ନେଇ କଟାକ୍ଷ କରିଛି ତୃଣମୂଳ କଂଗ୍ରେସ । ଦଳ କହିଛି- ଆମର ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ନିଜର ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଛନ୍ତି ଯାହାକୁ ଆମେ କେବେ ଶୁଣି ନଥିଲୁ । ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ । ସେ ସେହି ପ୍ରତିମୂର୍ତ୍ତିରେ ଫୁଲ ଚଢାଇବେକି ବୋଲି ପ୍ରଶ୍ନ କରିଛି ଦଳ । ସେହିପରି ଏହି ଘଟଣାକୁ ସମାଲୋଚନା କରିଛନ୍ତି କଂଗ୍ରେସ ଓ ସିପିଏମ । ପ୍ରତିମୂର୍ତ୍ତି ଉନ୍ମୋଚନ ବେଳେ ରାଜ୍ୟପାଳ ବି କହିଥିଲେ- ରାଜ୍ୟର ରାଜନୈତିକ ସ୍ଥିତି ଅତି ଖରାପ ଅବସ୍ଥାରେ ରହିଛି । ଏହି ଅବସ୍ଥାକୁ ରାଜ୍ୟବାସୀ ବେଶୀ ଦିନ ଗ୍ରହଣ କରିବେ ନାହିଁ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!