Wednesday, September 2, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଅଙ୍ଗନବାଡ଼ି ଜଳଖିଆରେ ସାମିଲ ହେଲା ମାଣ୍ଡିଆ ଲଡ଼ୁ

by Anil Panda
August 17, 2020
in Feature News, State
ଅଙ୍ଗନବାଡ଼ି ଜଳଖିଆରେ ସାମିଲ ହେଲା ମାଣ୍ଡିଆ ଲଡ଼ୁ
623
VIEWS
Share on FacebookShare on Twitter

ଭୂବନେଶ୍ୱର, (ବାଘୁଆବାର୍ତ୍ତା) : ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ପାଇଲଟ୍‌ କାର୍ଯ୍ୟକ୍ରମ ଭାବେ କେଉଁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାକ୍‌ ବିଦ୍ୟାଳୟ ଶିଶୁମାନଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରାଇବା ପାଇଁ ସମନ୍ୱିତ ଶିଶୁ ବିକାଶ ଯୋଜନାରେ ବିଭିନ୍ନ ଆଇସିଡିଏସ୍‌ ପ୍ରକଳ୍ପରେ ସକାଳ ଜଳଖିଆରେ ମାଣ୍ଡିଆ ଲଡ଼ୁକୁ ସାମିଲ କରାଯାଇଛି । ଏଥି ପାଇଁ ଓଡ଼ିଶା ମିଲେଟ୍‌ ମିଶନ ତରଫରୁ ବୈଷୟିକ ସହାୟତା ଏବଂ ଜିଲ୍ଲା ଖଣିଜ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏହି ପାଇଲଟ୍‌ ପ୍ରକଳ୍ପ ଆରମ୍ଭ କରିବାରେ ଗୁବତ୍ତା ଆଦି ନିର୍ଦ୍ଧାର ନିମନ୍ତେ କେନ୍ଦ୍ରୀୟ ଖାଦ୍ୟ ବୈଷୟିକ ଗବେଷା ପ୍ରତିଷ୍ଠାନ, ମହୀଶୂର (ସିଏଫ୍‌ଟିଆର୍‌ଆଇ) ବୈଷୟିକ ସହଯୋଗ ପ୍ରଦାନ କରିଛି । ଜୁଲାଇ ୨୦୨୦ରେ କେଉଁଝର ଜିଲ୍ଲାର ୩୩୫ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ସଂପ୍ରତି ସ୍ୱାଧୀନତା ଦିବସ ଅବସରରେ ସୁନ୍ଦରଗଡ଼ ଜିଲ୍ଲାର ୩ଟି ବ୍ଲକ୍‌ ଯଥା ହେମଗିରି, ଟାଙ୍ଗରପାଲି ଏବଂ ସଦର ବ୍ଲକ୍‌ରେ ୫୪୯ଟି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଅଭିନବ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଜିଲ୍ଲାର ଲେଫି୍ରପଡ଼ା ବ୍ଲକ୍‌ରେ ମଧ୍ୟ ସ୍ପିରିଲୁନାଯୁକ୍ତ ବାଦାମ ଚିକି ବିତର ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମ ସଫଳ ହେଲେ ଏହାକୁ ସମଗ୍ର ଜିଲ୍ଲାକୁ ସଂପ୍ରସାରିତ କରାଯିବ । କେଉଁଝର ଜିଲ୍ଲାର ଜନଜାତି ତଥା ଖଣିଜ ଅଞ୍ଚଳରେ ମାଣ୍ଡିଆର ବହୁଳ ବ୍ୟବହାର ସହିତ ମାଣ୍ଡିଆ ଲଡ଼ୁକୁ ସମନ୍ୱିତ ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ସାମିଲ କରିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭାବେ ଆରମ୍ଭ କରାଯାଇଛି । ମିଲେଟ୍‌ ମିଶନର ସହଭାଗିତାରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି, ବହୁଳ ବ୍ୟବହାର ଏବଂ ବଜାର ସୃଷ୍ଟି ନିମନ୍ତେ ଏହା ଏକ ସମନ୍ୱିତ ଉଦ୍ୟମ । ମାଣ୍ଡିଆରେ ପର୍ଯ୍ୟାପ୍ତ ପୋଷୀୟ ତତ୍ତ୍ୱ ରହିଛି । ପ୍ରାକ୍‌ ବିଦ୍ୟାଳୟ ଶିଶୁମାନଙ୍କ ପୋଷରେ ଅଭିବୃଦ୍ଧି ଆିବା ସହ କେଉଁଝର ଜିଲ୍ଲାର ଜନଜାତି ସଂପ୍ରଦାୟ ମଧ୍ୟରେ ପାରମ୍ପରିକ ଭାବେ ପ୍ରଚଳିତ ମାଣ୍ଡିଆକୁ ଅଧିକ ବ୍ୟବହାର କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହା ଏକ ଭିନ୍ନ ସ୍ୱାଦର ଖାଦ୍ୟ ଭାବେ ଶିଶୁମାନଙ୍କ ଖାଦ୍ୟସରୀରେ ତାଲିକାଭୁକ୍ତ ହେବା ସହ ସ୍ୱାଦ ଓ ରୁଚି ଶିଶୁମାନଙ୍କୁ ଆକୃଷ୍ଟ କରିବ । ଅତିରିକ୍ତ ପୁଷ୍ଟିସାଧନ ପାଇଁ ପ୍ରାକ୍‌ବିଦ୍ୟାଳୟ ଶିଶୁମାନଙ୍କୁ ଦିଆଯାଇଥିବା ସକାଳ ଜଳଖିଆ ସହିତ ମାଣ୍ଡିଆ ଲଡ଼ୁ ମଧ୍ୟ ସାମିଲ କରାଯିବ । ଏହି ବ୍ୟବସ୍ଥାରେ କେଉଁଝର ଜିଲ୍ଲାରେ ପ୍ରତ୍ୟେକ ଶିଶୁଙ୍କୁ ପ୍ରତି ସପ୍ତାହରେ ୨ଟି ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତି ଶିଶୁଙ୍କୁ ୪ଟି ଲେଖାଏଁ ଲଡ଼ୁ ଦିଆଯିବ । ଏହି ମାଣ୍ଡିଆ ଲଡ଼ୁ ପ୍ରସ୍ତୁତି, ପ୍ୟାକେଜିଂ ଏବଂ ଦକ୍ଷତା ବୃଦ୍ଧି ପାଇଁ ଆଇସିଡିଏସ୍‌ କାର୍ଯ୍ୟକର୍ତ୍ତା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ମାଣ୍ଡିଆ ଲଡ଼ୁ ପ୍ରସ୍ତୁତି ପାଇଁ ସାମଗ୍ରୀ ମିଶ୍ରରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରାଯାଇଛି । ମାଣ୍ଡିଆ ସଂରକ୍ଷ, ମାଣ୍ଡିଆ ଚୂନା ପ୍ରସ୍ତୁତି ସଂପର୍କରେ ସେମାନଙ୍କୁ ବିଶେଷ ତାଲିମ ପ୍ରଦାନ କରାଯାଇଛି । ସଂପ୍ରତି କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଅଙ୍ଗନବାଡ଼ିଗୁଡ଼ିକ ବନ୍ଦ ଥିବାରୁ ଶିଶୁମାନଙ୍କ ଘରେ ଏହି ମିଶ୍ରକୁ ପହଞ୍ଚାଇ ଦିଆଯାଉଛି । ମା’ମାନଙ୍କୁ ଏହି ମିଶ୍ରରେ ଲଡ଼ୁ ପ୍ରସ୍ତୁତ କରି ପିଲାମାନଙ୍କୁ ଖାଇବାକୁ ଦେବା ପାଇଁ ପରାମର୍ଶ ଦିଆଯାଇଛି । ଅଙ୍ଗନବାଡ଼ିଗୁଡ଼ିକ ଖୋଲିବା ପରେ ଅଙ୍ଗନବାଡ଼ି ସହାୟିକାମାନେ ଏହି ମିଶ୍ରରୁ ଲଡ଼ୁ ପ୍ରସ୍ତୁତ କରି ଶିଶୁମାନଙ୍କୁ ପ୍ରତ୍ୟେକ ବୁଧବାର ଏବଂ ଶନିବାର ଖାଇବାକୁ ଦେବେ । ଏହା ଦ୍ୱାରା ମାଣ୍ଡିଆ ଉତ୍ପାଦନ ବୃଦ୍ଧି ପାଇବ, କୃଷକମାନେ ଉତ୍ପାଦନର ଉପଯୁକ୍ତ ମୂଲ୍ୟ ପାଇବେ ଏବଂ ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ନିମନ୍ତେ ରୋଜଗାରର ମାଧ୍ୟମ ସୃଷ୍ଟି ହେବ । ଏହି କାର୍ଯ୍ୟକ୍ରମରେ ସଂପୃକ୍ତ ବିଭିନ୍ନ ସଂସ୍ଥାଗୁଡ଼ିକର ସମନ୍ୱିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ମାଣ୍ଡିଆ ଲଡ଼ୁ ବିତର କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରାକ୍‌ ବିଦ୍ୟାଳୟ ଶିଶୁମାନଙ୍କ ପୁଷ୍ଟିସାଧନ ସ୍ଥିତିର ଅଭିବୃଦ୍ଧିରେ ସହାୟକ ହେବ ବୋଲି ବିଭାଗ ତରଫରୁ କୁହାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!