ଭୁବନେଶ୍ୱର, (ବାଘୁଆବାର୍ତ୍ତା): ରାଜକିଶୋର ସାବତଙ୍କ ବିୟୋଗରେ ଉତ୍କଳ ସ୍ୱାଭିମାନ ଓ ଜେଏଫ୍ଇ, ଓଡ଼ିଶା ପକ୍ଷରୁ ଏକ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ୫୨ ବର୍ଷ ବୟସ୍କ ବରିଷ୍ଠ ଦୃଷ୍ଟିହୀନ ସମାଜସେବୀ ତଥା ଡ. ରନିାକର ଦାସ ମେମୋରିଆଲ୍ ଦୃଷ୍ଟିହୀନ ମହାବିଦ୍ୟାଳୟର ପ୍ରାପ୍ରତିଷ୍ଠାତା, ତ୍ରୈମାସିକ ପତି୍ରକା ଦିବ୍ୟଦୃଷ୍ଟି ଓଡ଼ିଶା ଓ ପ୍ରଜ୍ଞାର ସଂପାଦକ, ପୀଙ୍ଗଲାଖି ପବ୍ଲିକ୍ େୱଲ୍ଫେୟାର ଅର୍ଗାନାଇଜେସନ୍ର ସ୍ରଷ୍ଟା ତଥା ପତିତପାବନ ସେବାସଂଘର ପରିଚାଳିତ ଦୃଷ୍ଟିବାଧିତ ବିଦ୍ୟାଳୟର ଶିକ୍ଷକ ଶ୍ରୀ ରାଜକିଶୋର ସାବତ ଇହଲୀଳା ସମ୍ବର କରିଛନ୍ତି । ୨୭ ତାରିଖ ପୂର୍ବାହ୍ନରେ ଭୁବନେଶ୍ୱର କିମସ୍ ଡାକ୍ତରଖାନାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରି ଆରପାରିକୁ ଚାଲିଯାଇଛନ୍ତି । ତାଙ୍କର ଅମରାତ୍ମାର ସଦ୍ଗତି ନିମନ୍ତେ ଉତ୍କଳ ସ୍ୱାଭିମାନ ଓ ଜେଏଫ୍ଇ ଓଡ଼ିଶା ପକ୍ଷରୁ ଏକ ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ରାଜ୍ୟ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମିନତି ବେହେରା, ଓଲସ୍, ଭୁବନେଶ୍ୱରର ଉପାଧ୍ୟକ୍ଷା ଶ୍ରୀମତୀ କସ୍ତୁରୀ ମହାପାତ୍ର, ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାସ ଓ ସଂପାଦକ ପ୍ରଭାକର ତି୍ରପାଠୀ, ଏନ୍ସିଏସ୍ସିଆର୍ଡ଼ି, ଭୁବନେଶ୍ୱରର ସହକାରୀ ନିର୍ଦ୍ଦେଶକ ଡ. ରାମକିଶୋର ଶର୍ମା, ହୀରାକୁଦ ଡିଗ୍ରୀ କଲେଜର ଅଧ୍ୟାପିକା ଡ. ମଞ୍ଜୁଲତା ପଣ୍ଡା, ଜେଏଫ୍ଇ, ଓଡ଼ିଶାର ପ୍ରତିଷ୍ଠାତା ଶ୍ରୀ ଦାଶରଥି ମୁର୍ମୁ,ଏସ୍ଆଇଏସ୍ଆର୍, ଓଡ଼ିଶାର ଅଧ୍ୟାପକ ଶ୍ରୀ ମୁରଲୀଧର ଦାସ ଏବଂ ଓଡ଼ିଶାର କୋଅନୁକୋରୁ ବିଭିନ୍ନ ଅନୁଷ୍ଠାନମାନ ଭର୍ଚୁଆଲ୍ ପ୍ଲାଟ୍ଫର୍ମ ମାଧ୍ୟମରେ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ଇତି ଅବସରରେ ପପିଡବ୍ଲୁ୍ୟଡିର ଅଧ୍ୟକ୍ଷ ଗଗନ ବିହାରୀ ଦାସ, ଅଧ୍ୟାପିକା ପ୍ରିୟଦର୍ଶିନୀ ପ୍ରଧାନ ଓ ଅଧ୍ୟାପକ ଲକ୍ଷ୍ମୀଧର ତି୍ରପାଠୀ ପ୍ରମୁଖ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଓଡ଼ିଶାର ପ୍ରଥମ ଦୃଷ୍ଟିବାଧିତ ପ୍ରଶାସନିକ ଅଧିକାରୀ ଶ୍ରୀ ସନ୍ନ୍ୟାସୀ କୁମାର ବେହେରା ସଂଯୋଜନା କରିଥିଲେ । ଉତ୍ସବ ପ୍ରାରମ୍ଭରେ ଶିକ୍ଷକ ଶ୍ରୀ ଗିରୀଶ ଚନ୍ଦ୍ର ବେହେରା ଜଗନ୍ନାଥ ଅଷ୍ଟକମ ପାଠ କରିଥିଲେ ଏବଂ ଶେଷରେ ସଂଗୀତ ଶିକ୍ଷୟିତ୍ରୀ କୁମାରୀ ମେଘମାଳା ପଣ୍ଡା ସମାପନୀ ସଂଗୀତ ଗାନ କରିଥିଲେ । ପରିଶେଷରେ ଜେଏଫ୍ଇ ଓଡ଼ିଶାର ସଦସ୍ୟ ତଥା ଆଇସିଟି କନ୍ସଲଟାଣ୍ଟ ବିରଞ୍ଚି ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।






