Monday, June 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାଜଭବନରେ ‘ସ୍ୱାଧୀନତାର ଅମୃତ ମହୋତ୍ସବ’

by Sanjay Swain
May 27, 2022
in State
ରାଜଭବନରେ ‘ସ୍ୱାଧୀନତାର ଅମୃତ ମହୋତ୍ସବ’
28
VIEWS
Share on FacebookShare on Twitter

‘ଓଡ଼ିଶା ହେଉଛି ସର୍ଜନାର ମହାଭୂମି’ : ରାଜ୍ୟପାଳ ପ୍ରଫେସର ଲାଲ

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓଡ଼ିଶା ହେଉଛି ସର୍ଜନାର ମହାଭୂମି । ପ୍ରତିଭାର ପ୍ରକାଶ ଓ ବିକାଶ ପାଇଁ ଓଡ଼ିଶାରେ ଅନୁକୂଳ ପରିବେଶ ରହିଛି । ଓଡ଼ିଆ ଜାତୀୟତା ପ୍ରକୃତରେ ବିଶ୍ୱ କଲ୍ୟାଣ ପାଇଁ ଅଭିପ୍ରେତ । ଆଗାମୀ ଦିନରେ ଓଡ଼ିଆ ଭାବ ସାରା ପୃଥିବୀକୁ ମାର୍ଗଦର୍ଶନ କରାଇବ ବୋଲି ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି ।
ଆଜି ଅପରାହ@ରେ ରାଜଭବନର ଅଭିଷେକ ହଲ୍‌ରେ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ଅବସରରେ ଆୟୋଜିତ ଏକ କବି ସମ୍ମିଳନୀରେ ପ୍ରଫେସର ଲାଲ କହିଲେ ଯେ ଦେଶପ୍ରେମ ଓ ଜାତୀୟତାବୋଧ ଆମ ଚେତନାର ଅବିଚ୍ଛେଦ୍ୟ ଅଙ୍ଗ । ଜାତିପ୍ରୀତି ହିଁ ଦେଶର ମହତ୍ତ୍ୱପୂର୍ଣ୍ଣ ଅଭିବୃଦ୍ଧି ନିମନ୍ତେ ବ୍ୟକ୍ତିଙ୍କୁ ପ୍ରେରଣା ଦେଇଥାଏ । ସାହିତ୍ୟରେ ଜାତୀୟତା ପ୍ରସଙ୍ଗ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ରାଜ୍ୟପାଳ କହିଛନ୍ତି ।


କବି ସମ୍ମିଳନୀରେ ଯୋଗଦେଇଥିବା କବିମାନଙ୍କୁ ରାଜ୍ୟପାଳ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି କବି ଡ. ହୃଷୀକେଶ ମଲ୍ଲିକ କାର୍ଯ୍ୟକ୍ରମରେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ରାଜ୍ୟପାଳଙ୍କ ସଚିବ ଶାଶ୍ୱତ ମିଶ୍ର ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
କବି ସୁଚେତା ମିଶ୍ର, ସମରେନ୍ଦ୍ର ନାଥ ମହାପାତ୍ର, ଅୟସକାନ୍ତ ମହାପାତ୍ର, ରକ୍ଷକ ନାୟକ, ମନୋରଞ୍ଜନ ପାଣିଗ୍ରାହୀ, ଗାୟତ୍ରୀବାଳା ପଣ୍ଡା, ସୁଜାତା ପରିଜା, ଇପ୍‌ସିତା ଷଡ଼ଙ୍ଗୀ, କେ. ଶ୍ୟାମବାବୁ ଦୋରା, ନରେନ୍ଦ୍ର କୁମାର ଭୋଇ, ପ୍ରୀତିଧାରା ସାମଲ, ଅଶୋକ କୁମାର ରାଉତ, ହରପ୍ରସାଦ ମହାପାତ୍ର, ଅମରେନ୍ଦ୍ର ମାଧବ ଦାସ, ଦେବପି୍ରୟ ପ୍ରିୟଦର୍ଶୀ ଚକ୍ର ଓ ରଜନୀ ରଣସିଂହ ଦେଶ ଆଧାରିତ କବିତାମାନ ପାଠ କରିଥିଲେ । ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ରାଜ୍ୟପାଳଙ୍କ ଲୋକସଂପର୍କ ଅଧିକାରୀ ରକ୍ଷକ ନାୟକ ସ୍ୱାଗତ ଭାଷଣ ଦେଇଥିଲେ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!