Thursday, April 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସଦର ମହକୁମା ଛାଡ଼ନ୍ତୁ ନାହିଁ : ଅରୁଣ

by ସଞ୍ଜୟ ସ୍ୱାଇଁ
April 17, 2020
in Feature News
ସଦର ମହକୁମା ଛାଡ଼ନ୍ତୁ ନାହିଁ : ଅରୁଣ
31
VIEWS
Share on FacebookShare on Twitter

ଭୂବନେଶ୍ୱର, (ବାଘୁଆବାର୍ତ୍ତା ବ୍ୟୁରୋ) : ମାଛ, ମାଂସ, ଅଣ୍ଡା, ଦୁଗ୍ଧ ଆଦିକୁ ଅତ୍ୟାବଶ୍ୟକ ଦ୍ରବ୍ୟ ଭାବରେ ଘୋଷଣା କରାଯିବା ସହିତ ଏହାର ଉତ୍ପାଦନ, ବିକି୍ରବଟା ଓ ପରିବହନକୁ କୋହଳ କରାଯାଇଥିବା ପରିପ୍ରେକ୍ଷୀରେ ଆସନ୍ତା ଦିନଗୁଡ଼ିକରେ ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରକୁ ତା’ର ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି । ଆଜି ଲୋକସେବା ଭବନଠାରେ ଭିଡ଼ିଓ କନ୍‌ଫରେନ୍‌ସିଂ ଜରିଆରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଡ. ସାହୁ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଓ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସହିତ ଜିଲ୍ଲାର ସଦ୍ୟତମ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଜିଲ୍ଲାରେ ମାଛଚାଷ, ମାଛଧରା ଓ ଏହାର ବିକି୍ର ଏବଂ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସାଳୟ ଆଦି କ୍ଷେତ୍ର ଖୋଲା ରହିବା ଦିଗରେ ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ସାମାଜିକ ଦୂରତ୍ୱ ନିୟମକୁ ମାନି ଆନୁଷଙ୍ଗିକ କ୍ଷେତ୍ରର ସମସ୍ତ କାର୍ଯ୍ୟ କରାଯିବ । ଜିଲ୍ଲାଠାରୁ ଆରମ୍ଭ କରି ବ୍ଲକ୍‌ ଏବଂ ପଞ୍ଚାୟତ ସ୍ତରରେ ଥିବା ସମସ୍ତ ମତ୍ସ୍ୟ ଓ ପ୍ରାଣୀସଂପଦ ଅଧୀନରେ ଥିବା କାର୍ଯ୍ୟାଳୟଗୁଡ଼ିକପୂର୍ବପରି କାର୍ଯ୍ୟ କରିବ ଏବଂ ଅଧିକାରୀ ଓ କର୍ମଚାରୀମାନେ ସଦରମହକୁମା ଛାଡ଼ି ଯାଇପାରିବେ ନାହିଁ । କ୍ଷେତ୍ର ଅଧିକାରୀମାନେ ନିଷ୍ଠା ଓ ଉତ୍ସର୍ଗୀକୃତ ମନୋଭାବ ନେଇ ଚାଷୀ ଓ ଖାଉଟିମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସମସ୍ତ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । କ୍ଷେତ୍ରରେ ଉପୁଜୁଥିବା ସମସ୍ୟାଗୁଡ଼ିକ ସଂପର୍କରେ ଅବଗତ ହୋଇ ତୁରନ୍ତ ସେଗୁଡ଼ିକର ସମାଧାନ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏପରି ଏକ ବିଶେଷ ପରିସ୍ଥିତିର ମୁକାବିଲା ପାଇଁ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । ସ୍ଥିତିରେ ସୁଧାର ଆଣିବା ଦିଗରେ ଜିଲ୍ଲା ନିମନ୍ତେ ନିୟୋଜିତ ନୋଡାଲ ଅଧିକାରୀମାନେ ପ୍ରତ୍ୟେକ ଦିନ ଜିଲ୍ଲାସ୍ତରୀୟ ଏବଂ ତୃଣମୂଳସ୍ତରର ଅଧିକାରୀମାନଙ୍କ ସହିତ ସିଧାସଳଖ ଯୋଗାଯୋଗ କରିବା ପାଇଁ ମନ୍ତ୍ରୀ ଡଃ. ସାହୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍‌. ରଘୁପ୍ରସାଦ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରନିାକର ରାଉତ, ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ସ୍ମୃତିରଂଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!