Friday, October 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଫେରନ୍ତାଙ୍କ ପାଇଁ କଟକଣା ଜାରି, ମନଇଚ୍ଛା ଖାଇବା ମନା !

by ସଞ୍ଜୟ ସ୍ୱାଇଁ
April 28, 2020
in Feature News
୫୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
8
VIEWS
Share on FacebookShare on Twitter

ଭୂବନେଶ୍ୱର,(ବାଘୁଆବାର୍ତ୍ତା ବ୍ୟୁରୋ): ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ମୁଖ୍ୟତଃ ରାଜ୍ୟ ଫେରନ୍ତାଙ୍କ ପାଇଁ ଚିନ୍ତା ବଢ଼ିଛି । ସେମାନଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ପ୍ରସ୍ତୁତ କରାଯାଇଛି । ଫେରିବା ପରେ ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରଖାଯିବାର ବ୍ୟବସ୍ଥା କରାଯାଇଥିବା ବେଳେ, ସେମାନେ ମନଇଚ୍ଛା ଖାଇବା, ପିଇବା କରି ପାରିବେ ନାହିଁ ବୋଲି ଜଣାପଡ଼ିଛି । ସେମାନେ ଏହି ୧୪ ଦିନରେ କିଭଳି ଚଳିବେ, କ’ଣ ଖାଇବେ ତାକୁ ନେଇ ସ୍ୱତନ୍ତ୍ର ଗାଇଡ୍ ଲାଇନ୍ ପ୍ରସ୍ତୁତ କରିଛନ୍ତି ସରକାର । ସୂଚନାନୁସାରେ, ରାଜ୍ୟ ସରକାରଙ୍କର ରାଜସ୍ୱ ବିପର୍ଯ୍ୟୟ ଓ ପରିଚାଳନା ବିଭାଗ ପକ୍ଷରୁ ସ୍ୱତନ୍ତ୍ର ନୀତି ନିୟମ ପ୍ରଣୟନ କରାଯାଇଛି । ୧୪ ବର୍ଷରୁ ଉର୍ଦ୍ଧ୍ୱ ମାନଙ୍କ ପାଇଁ ଦୈନିକ ୧୨୦ ଟଙ୍କା ଖାଦ୍ୟ ବାବଦ ଅର୍ଥ ମଂଜୁର କରାଯାଇଥିବା ବେଳେ ୧୪ ବର୍ଷରୁ କମ ବୟସ ପାଇଁ ୧ ଶହ ଟଙ୍କାର ଖାଦ୍ୟ ବ୍ୟବସ୍ଥା କରାଯାଇଛି । ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ସଂନ୍ଧ୍ୟା କାଳୀନ ଜଳଖିଆ ଏବ ରାତ୍ର କାଳୀନ ଖାଦ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଏକ ମିଟର ବ୍ୟବଧାନରେ ଶର୍ଯ୍ୟା ରହିବ । ମହିଳା ଓ ପୁରୁଷ ମାନଙ୍କ ପାଇଁ ସ୍ୱତନ୍ତ୍ର ପାଇଖାନା ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନେ ପହଂଚିଲା ପରେ, ବ୍ରସ ପାତିଆଠାରୁ ଆରମ୍ଭ କରି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ ପ୍ରଦାନ କରାଯିବାକୁ ନିୟମ ରହିଛି । ଏପରିକି ଗାଧୁଆ ପାଇଁ ପ୍ଲାଷ୍ଟିକ ବାଲଟି, ମଗ, ପାଣି ବଟଲ୍‌, ସାବୁନ୍ ଯୋଗାଇ ଦେବାକୁ କୁହାଯାଇଛି । ଏତଦ୍‌ବ୍ୟତିତ କ୍ୱାରେଣ୍ଟାଇନ୍ ଗୃହକୁ ଦିନକୁ ତିନିଥର ସଫା କରାଯିବାକୁ ନିୟମ ରହିଛି । ଗର୍ଭବତି ମହିଳା ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବା ସହ ସ୍ୱତନ୍ତ୍ର ଦୃଷ୍ଟି ରଖାଯିବ । ସେମାନଙ୍କ ଯେପରି କୈାଣସି ସ୍ୱାସ୍ଥ୍ୟ ଗତ ସମସ୍ୟା ନଉପୁଜେ, ସେଥିପ୍ରତି ଧ୍ୟାନ ଦିଆଯିବ । କ୍ୱାରେଣ୍ଟାଇନ୍ ଗୃହକୁ କୈାଣସି ବ୍ୟକ୍ତିଗତ ଖାଦ୍ୟ ପଠା ଯାଇ ପାରିବ ନାହିଁ କିମ୍ବା ଗୁଟଖା୍ ସିଗାରେଟ୍ ଭଳି ନିଶା ଦ୍ରବ୍ୟକୁ ବାରଣ କରାଯାଇଛି । ଦୈନନ୍ଦିନ ଏହାର ତଦାରଖ ପାଇଁ ଆଶା, ଅଙ୍ଗନୱାର୍ଡ଼ି, ଏଏନ୍‌ଏମ୍‌, ସ୍ଥାନୀୟ ଜନପ୍ରତିନିଧି ଓ ସଂପୃକ୍ତ ନୋଡାଲ୍ ଗ୍ରସ୍ତ କରିବେ । ଏଥିନିମନ୍ତେ ଏକ ସ୍ୱତନ୍ତ୍ର ରେଜିଷ୍ଟର ବ୍ୟବହୃତ କରାଯିବ । ଦୈନନ୍ଦିନର ଘଟଣାବଳୀ ଏହି ରେଜିଷ୍ଟରରେ ଲେଖାଯିବ । ସଂପୃକ୍ତ ମେଡିକାଲ ଅଫିସର୍ ଏହି ରେଜିଷ୍ଟାର ପଠନ କରି ତଦାରଖ କରିବେ । ଏଥିସହିତ କ୍ୱାରେଣ୍ଟାଇନ୍ ସେଣ୍ଟର ୨୪ ଘଣ୍ଟିଆ ବିଦ୍ୟୁତ୍ ବ୍ୟବସ୍ଥା, ସୁଦ୍ଧ ପାନୀୟ ଜଳ ସହିତ ପ୍ରର୍ଯ୍ୟାପ୍ତ ପରିମାଣର ଓଆର୍‌୍‌ଏସ୍ ବ୍ୟବସ୍ଥା କରିବାକୁ କୁହାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୂଖ ଶାସନ ସଚିବ ପ୍ରଦୀପ ଜେନା ସମସ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!